ଆଳୁରେ ଭରି ରହିଛି ଔଷଧୀୟ ଗୁଣ ! ଜାଣନ୍ତୁ ଆଳୁ ଖାଇଲେ କଣ ମିଳେ ଫାଇଦା

73

ଆମ ଦୈନନ୍ଦିନ ଜୀବନରେ ଅନେକ ପନିପରିବା ରୋଷେଇରେ ବ୍ୟବହୃତ ହୋଇଥାଏ  । ମାତ୍ର ଆଳୁ ହେଉଛି ପନିପରିବା ମଧ୍ୟରେ ରାଜା । ଆଳୁ ବିନା କୌଣସି ତରକାରୀ ସମ୍ପୂର୍ଣ୍ଣ ହୋଇନଥାଏ  । ତେଣୁ କୁହାଯାଏ ଆଳୁ ବିନା ତରକାରୀ ଅଧା, ସେଥିପାଇଁ ପ୍ରାୟ ସମସ୍ତ ବ୍ୟଞ୍ଜନରେ ଆଳୁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମାତ୍ର ଯେଉଁ ବ୍ୟକ୍ତି ନିଜ ଶରୀର ଓଜନକୁ ନେଇ ସଚେତନ ଥାଆନ୍ତି ସେମାନେ ଆଳୁ ଖାଇବା ବନ୍ଦ କରିଦିଅନ୍ତି । ଅନେକ ଲୋକ ଏହି ସନ୍ଦେହଘେରରେ ଥାଆନ୍ତି ଯେ ଆଳୁ ଖାଇବାଦ୍ୱାରା ଓଜନ ବୃଦ୍ଧି ହୋଇଥାଏ  ।  ଆଳୁ ଖାଇବା ଦ୍ୱାରା ନୁହେଁ ମାତ୍ର ଏହାର ଖାଇବା ଶୈଳୀ ଜାଣିବା ନିହାତି ଜରୁରୀ ଅଟେ ।

ଆପଣ ଯଦି ଆଳୁ ଟିକ୍କା ବନାଇ ଖାଉଛନ୍ତି କି ଫ୍ରେଂଚ ଫ୍ରାଏ  ଖାଉଛନ୍ତି ତେବେ ଏହା ଶରୀର ଓଜନ ଉପରେ ପ୍ରଭାବ ପକାଇଥାଏ  । ଆପଣ ଜାଣନ୍ତିକି ଆଳୁ ସ୍ୱାସ୍ଥ୍ୟକର ପନିପରିବା ଅଟେ ? ଏଥିରେ ଭିଟାମିନ-ବି, ସି, ଆଇରନ, ମାଙ୍ଗାନିଜ, ଫସଫରସ ଭଳି ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ, ଯାହା ଅନେକ ରୋଗରୁ ଆମକୁ ରକ୍ଷା କରିବାସହ  ଭୋକକୁ ମଧ୍ୟ ଶାନ୍ତ କରିଥାଏ ।

downloadଆସନ୍ତୁ ଜାଣିବା ଆଳୁ ଫାଇଦା ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ –
ଯେଉଁ ମାନଙ୍କ ମଧ୍ୟରେ ରକ୍ତଚାପ ଭଳି ସମସ୍ୟା ରହିଛି ସେମାନେ ଆଳୁ ଖାଇବା ଜରୁରୀ । ଆଳୁ ଖାଇବାଦ୍ୱାରା ଆପଣଙ୍କ ରକ୍ତଚାପ ସ୍ୱାଭାବିକ ରହିଥାଏ ।ଆଳୁ ଚୋପାରେ ଅନେକ ପ୍ରକାରର ଫାଇବର ମିଳେ, ତେଣୁ ଏହାକ ଧ୍ୟାନ ରଖିବା ଉଚିତ ଯେ ଆପଣ ଏହାକୁ ବ୍ୟବହାର କରି ଯେ କୌଣସି ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାଁ କାହିଁକି ଆଳୁ ଚୋପା ଛଡାଇବେ ନାହିଁ ।
କିଛି ଲୋକଙ୍କଠାରେ ପାଚନ କ୍ର୍ରିୟାଭଳି  ସମସ୍ୟା ଦେଖାଯାଇଥାଏ । ଭାରୀ ଖାଦ୍ୟ ଯେପରିକି ପନିର, ରାଜମା ଏବଂ କାବୁଲ ବୁଟ । ଏହାକୁ ହଜମ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଥାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ସିଝା ଆଳୁର ପାଣିକୁ ପିଇଲେ ହଜମ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ ।

– ଯଦି ଆପଣ ଏସିଡିଟି ଭଳି ସମସ୍ୟା ଭୋଗୁଛନ୍ତି ତେବେ ଆପଣ ଆଳୁ ଖାଇଲେ ଏଥିରୁ ଉପଶମ ପାଇପାରିବେ ।

– ଆଳୁକୁ ଭଲଭାବେ ଚକଡି ଏହାକୁ ମୁହଁରେ ଲେପଦେଲେ ଚେହେରା ଗ୍ଲୋ କରେ ।

– ଆଳୁ ରସରେ ଲେମ୍ବୁ ରସ ମିଶାଇ ଚେହେରାରେ ଲଗାଇବାଦ୍ୱାରା ମଧ୍ୟ ଏଥିରୁ ଲାଭ ମିଳିଥାଏ ।

– ଆଳୁ ସିଝାଇଲା ପରେ ଆପଣ ଯେଉଁ ପାଣିକୁ ଫୋପାଡି ଦେଉଛନ୍ତି ଏହି ପାଣିକୁ କେଶରେ ଲଗାଇବା ଦ୍ୱାରା କେଶ ମଜଭୁତ୍ ହୋଇଥାଏ । ଏବଂ ସିଝା ଆଳୁକୁ ଚକଡି କେଶରେ ଲଗାଇ କିଛି ସମୟ ମଧ୍ୟରେ ଧୋଇଦେବା ଦ୍ୱାରା କେଶରେ ଚମକ ଆସିଥାଏ ।