ସୋସିଆଲ ମିଡିଆରେ ଆଣ୍ଡାମାନ ଆଦିବାସୀଙ୍କ ଭିଡ଼ିଓ ଅପଲୋଡ୍ କଲେ ମିଳିପାରେ ଦଣ୍ଡ!

29

ସୋସିଆଲ ମିଡିଆ ଏବେ ଖୁବ୍ ପ୍ରସାରିତ ହୋଇଯାଇଛି । ଲୋକେ ଅନବରତ ଏଥିରେ ଲାଖି ରହୁଛନ୍ତି । ହାତ ପାପୁଲିରେ ଯେମିତି ବିଶ୍ୱର ସବୁ ଦୃଶ୍ୟ ଓ ଖବର । ଲୋକେ ଯାହା ବି ପାଉଛନ୍ତି ସବୁ ଫଟୋ କି ଭିଡ଼ିଓ ଏହି ସୋସିଆଲ ମିଡିଆରେ ସେୟାର କରିଦେଉଛନ୍ତି । କୈାଣସି ବାଛ ବିଚାର ରଖୁନାହାଁନ୍ତି । ଯାହା ଜଣଙ୍କର ବ୍ୟକ୍ତିଗତ ସ୍ତରରକୁ ବି ଆଘାତ ଦେଇପାରେ । କିନ୍ତୁ ଏବେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସାବଧାନ ହେବାକୁ ପଡିବ । ସରକାରଙ୍କ ଦ୍ୱାରା ଏକ ଘୋଷଣା ହୋଇଛି । ଇନସର୍ଟ ନ୍ୟୁଜରେ ପ୍ରକାଶିତ ହୋଇଛି ଏହି ଖବର ।

ପ୍ରକାଶିତ ସୂଚନା ଅନୁସାରେ ,ଯଦି କୈାଣସି ବ୍ୟକ୍ତି ଆଣ୍ଡାମାନ ଦ୍ୱୀପ ସମୂହର ଜାରୱା ଓ ଅନ୍ୟ ସଂରକ୍ଷିତ ଜନଜାତିଙ୍କର, କୈାଣସି ଆପତ୍ତିଜନକ ଭିଡ଼ିଓ କି ଫଟୋକୁ ସୋସିଆଲ ମିଡିଆରେ ସେୟାର କରନ୍ତି , ଆଇନ ଅନୁସାରେ ଦଣ୍ଡ ମିଳିପାରେ । ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ଏହା ସୂଚିତ କରିଛନ୍ତି । ଆଉ ମଧ୍ୟ ଏହି କ୍ଷେତ୍ରରେ ଫଟୋ ଉଠାଇଲେ କି ଭିଡ଼ିଓ ନିର୍ମାଣର ନିୟମକୁ ଉଲଂଘନ କଲେ ୩ ବର୍ଷ ଜେଲ୍ ବି ହୋଇପାରେ ବୋଲି ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ କହିଛି ।