ରବର୍ଟ ଭଦ୍ରାଙ୍କୁ ନିର୍ବାଚନରେ ଲଢିବା ପାଇଁ ଲାଗିଲା ପୋଷ୍ଟର !  ସକ୍ରିୟ ରାଜନୀତିରେ ଆସିବା ପାଇଁ ଜୋର୍ ଧରିଲା ରାଜନୀତି । 

57

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ସକ୍ରିୟ ରାଜନୀତିରେ ପାଦ ରଖିବାର ବିଷୟ ଅଧିକ ବଢିଯାଇଛି । ଉତ୍ତରପ୍ରଦେଶର ମୁରାଦାବାଦରେ ରବର୍ଟ ଭଦ୍ରାଙ୍କ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ଲେଖା ହୋଇଛି, “ରବର୍ଟ ଭଦ୍ରା ଜୀ, ମୁରାଦାବାଦ ଲୋକସଭାରୁ ନିର୍ବାଚନ ଲଢିବା ପାଇଁ ଆପଣଙ୍କୁ ସ୍ୱାଗତ କରାଯାଉଛି । ଏହି ପୋଷ୍ଟର ମୁରାଦାବାଦ ଯୁବକ କଂଗ୍ରେସ ତରଫରୁ ଲଗାଯାଇଛି । ପୋଷ୍ଟରରେ ରବର୍ଟ ଭଦ୍ରାଙ୍କୁ ନିର୍ବାଚନ ଲଢିବା ପାଇଁ ଅପିଲ୍ କରାଯାଉଛି । ଏ ନେଇ ଭଦ୍ରା କୁହନ୍ତି ଯଦି ମୁଁ ଦେଶରେ ପରିବର୍ତ୍ତନ ଆଣିପାରିବି ତେବେ ନିର୍ବାଚନ ଲଢିବାରେ କାହିଁକି ପଛଘୁଞ୍ଚା ଦେବି । ଆପଣଙ୍କୁ କହିରଖୁଛୁ କି ପ୍ରିୟଙ୍କା ଗାନ୍ଧି ଚଳିତବର୍ଷ ଜାନୁଆରୀ ୨୩ ତାରିଖରେ ରାଜନୀତିରେ ପାଦ ଥାପିଥିଲେ । କଂଗ୍ରେସ ତାଙ୍କୁ ପୂର୍ବ ଉତ୍ତରପ୍ରଦେଶ ପ୍ରଭାରୀ ଭାର ଦେଇଛନ୍ତି ।

ରବର୍ଟ ଭଦ୍ରା କହିଛନ୍ତି ଯେ , ମୋତେ ଖାଲି ଦେଶର ଜନତାଙ୍କ ସାହାଯ୍ୟ କରିବା ପାଇଁ କେବଳ ରାଜନୀତିକୁ ଆସିବାର ଆବଶ୍ୟକତା ନାହିଁ । କିନ୍ତୁ ଯଦି ରାଜନୀତିରେ ଆସି ମୁଁ ଲୋକଙ୍କ ସେବା କରୁଛି ତେବେ ମୋର ଏହି କ୍ଷେତ୍ରକୁ ଆସିବାର କିଛି ଅସୁବିଧା ନାହିଁ । ରାଜନୀତିରେ ଆସିବାର ନିଷ୍ପତ୍ତି ଏବେ ଜନତା କରିବେ ।

Comments are closed.