ହକି ପଲିଟିକ୍ସ ! ହକି ବିଶ୍ୱ ଲିଗ ଫାଇନାଲ ପୂର୍ବରୁ ରାଜରାସ୍ତାରେ ବିଜେଡି-ବିଜେପି ମଧ୍ୟରେ ପୋଷ୍ଟର ୱାର

107

କନକ ବ୍ୟୁରୋ : ହକି ବିଶ୍ୱ ଲିଗ ଫାଇନାଲ ପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି କଳିଙ୍ଗ ଷ୍ଟାଡିୟମ । ଆଉ ଦିନ କେଇଟାର ଅପେକ୍ଷା ବାସ ତା ପରେ ଟାଇଟଲ ହାତେଇବା ପାଇଁ ଶ୍ରେଷ୍ଠ ଆଠଟି ଦେଶ ମଧ୍ୟରେ ଆରମ୍ଭ ହୋଇଯିବ ଲଢେଇ । କିନ୍ତୁ ଏହି ଲଢେଇ ପୂର୍ବରୁ ଦେଖିବାକୁ ମିଳିଛି ପୋଷ୍ଟର ୱାର । ଅଥାର୍ତ ବିଶ୍ୱ ହକି ଲିଗ ଫାଇନାଲ ପୂର୍ବରୁ ଏହାକୁ ରାଜନୀତିର ରଙ୍ଗରେ ରଙ୍ଗୀନ କରିଛନ୍ତି ଉଭୟ ବିଜେଡି-ବିଜେପି । ହକି ବିଶ୍ୱ ଲିଗ ଫାଇନାଲ ଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ପଡିଛି ରାଜନୀତିର ଛିଟା । ଯାହା ଏବେ ରାଜରାସ୍ତାରେ ଦେଖିବାକୁ ମିଳୁଛି । ଉଭୟ ବିଜେଡି-ବିଜେପି ହକି ବିଶ୍ୱ ଲିଗ୍ ଫାଇନାଲ ଟୁର୍ଣ୍ଣାମେଣ୍ଟ ପାଇଁ ରାଜଧାନୀରେ ବଡ ବଡ ପୋଷ୍ଟର ଲଗାଇ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

hockey world lesagueଏପରିକି ଏହି ପୋଷ୍ଟର ଲଢେଇରେ ଉଭୟ ନବୀନ-ମୋଦିଙ୍କୁ ଦେଖିବାକୁ ମଳିଛି । ଗୋଟିଏ ପୋଷ୍ଟରରେ ନବୀନ ପଟ୍ଟନାୟକ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଉଥିବାର ଦେଖାଯାଉଥିବା ବେଳେ ଅନ୍ୟପଟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ସିନ୍ଥେଟିକ ଟ୍ରାକରେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ରାଜରାସ୍ତାରେ ଦୁଇ ପ୍ରମୁଖ ରାଜନୈତିକ ଦଳ ଭିତରେ ଆରମ୍ଭ ହୋଇଛି ପୋଷ୍ଟର ୱାର । ରାଜଧାନୀର ପ୍ରମୁଖ ସ୍ଥାନରେ ଦୁଇ ଦଳ ଭିତରେ ପୋଷ୍ଟର ଲଗାଇବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି । ଯାହା ରାଜଧାନୀର ଶୀତରେ ଟିକିଏ ଉଷ୍ମତା ଭରି ଦେଇଛି ।

ତେବେ ଏସବୁ ଭିତରେ ଟାଇଟଲ ହାତେଇବା ପାଇଁ ଭାରତୀୟ ଟିମ ଜୋରଦାର ଅଭ୍ୟାସ କରିଛି । ଏହି ସମ୍ମାନଜନକ ପ୍ରତିଯୋଗିତା ଅବସରରେ ତିନି ଜଣ ସ୍ଥାନୀୟ ଖେଳାଳି ବୀରେନ୍ଦ୍ର ଲାକ୍ରା, ଦୀପସାନ୍ ତିର୍କି ଓ ଅମିତ ରୋହି ଦାସ ଘରୋଇ ମଇଦାନରେ ନିଜ ଯାଦୁ ଦେଖାଇବେ । ଭାରତୀୟ ଦଳ ତା’ର ଅଭିଯାନ ଗତଥରର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ଡିସେମ୍ବର ପହିଲାରେ ଆରମ୍ଭ କରିବ । ସର୍ଦାର ସିଂହ ଏବଂ ପିଆର ଶ୍ରୀଜେସଙ୍କ ଅନୁପସ୍ଥିତିରେ ଯୁବ ତାରକା ମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ ।