କୋରାପୁଟରେ ମାଓ ବିରୋଧୀ ପୋଷ୍ଟର : ପୋଷ୍ଟରରେ ହିଂସାମୁକ୍ତ ଓଡ଼ିଶା ଗଠନ ପାଇଁ ଆହ୍ୱାନ

15

କନକ ବ୍ୟୁରୋ : କୋରାପୁଟ ନାରାୟଣପାଟଣା ବ୍ଲକରେ ଲାଗିଲା ମାଓ ବିରୋଧୀ ପୋଷ୍ଟର । ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଷ୍ଟର ମାଧ୍ୟମରେ ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦିଆଯାଇଛି । ଏହା ସହ ପୋଷ୍ଟରରେ ନିରୀହ ଆଦିବାସୀଙ୍କୁ ହତ୍ୟା, ତାଲିବାନୀ ଢାଂଚାରେ ପ୍ରଜାକୋର୍ଟରେ ମାଡ଼ ମାରିବା ଘଟଣାକୁ ତ୍ରୀବ୍ର ନିନ୍ଦା କରାଯାଇଛି ।

ମାଓବାଦୀଙ୍କ ପାଇଁ ସରକାରଙ୍କ ମୌଳିକ ସୁବିଧା ଆଦିବାସୀଙ୍କ ପାଖରେ ପହଂଚି ପାରୁନଥିବା ଘଟଣାକୁ ମଧ୍ୟ ପୋଷ୍ଟର ମାଧ୍ୟମରେ ପ୍ରତିବାଦ କରାଯାଇଛି । ବିକଶିତ ଓଡ଼ିଶାର ଆବାହକ ଭାରତ ଭୂଷଣଙ୍କ ନାଁରେ ଲାଗିଛି ଏହି ପୋଷ୍ଟର । ଓଡ଼ିଶା ରାଜ୍ୟ ମାଓବାଦୀ ମୁର୍ଦ୍ଦାବାଦ ଏବଂ ଓଡ଼ିଶା ଆନ୍ଧ୍ର ବୋର୍ଡ଼ର ଜୋନାଲ କମିଟି ମୁର୍ଦ୍ଦାବାଦ ଲେଖି ମାଓବାଦୀଙ୍କୁ ଏହି ପୋଷ୍ଟର ମାଧ୍ୟମରେ ବିରୋଧ କରାଯାଇଛି ।