ମେଘନାଦ ପାଚେରୀରେ ସେବାୟତଙ୍କ ପୋଷ୍ଟର ! କାଲିର ରଥଯାତ୍ରା ସମନ୍ୱୟ ବୈଠକରେ ଯୋଗ ନ ଦେବାକୁ ଆହ୍ୱାନ

36

କନକ ବ୍ୟୁରୋ : ସେବାୟତ-ପ୍ରଶାସନ ବୈଠକରେ ନୀଳାଦ୍ରୀବିଜେ ବିଶୃଂଖଳା ପ୍ରସଂଗକୁ ଏଡାଇ ଦିଆଯାଇଥିବାରୁ ଏହାକୁ ବିରୋଧ କରାଯାଇଛି । ଆଉ ଏହାକୁ ବିରୋଧ କରି ମେଘନାଦ ପାଚେରୀରେ ସେବାୟତମାନେ ପୋଷ୍ଟର ମାରିଛନ୍ତି । ଆସନ୍ତା କାଲି ହେବାକୁ ଥିବା ତୃତୀୟ ରଥଯାତ୍ରା ସମନ୍ୱୟ ବୈଠକରେ ଯୋଗ ନ ଦେବାକୁ ପୋଷ୍ଟର ମାଧ୍ୟମରେ ସେବାୟତଙ୍କୁ ଆହ୍ୱାନ ଦିଆଯାଇଛି ।

ପୋଷ୍ଟରରେ କୁହାଯାଇଛି ଯେ, ସେବାୟତ ସମାଜର ନାର୍ଯ୍ୟ ଦାବି ହାସଲ ପାଇଁ ହାତରେ ହାତ ମିଶାଇବାକୁ ସମୟ ଆସିଛି । ଆଗାମୀ ଦିନରେ ସେବାୟତ ସମାଜର ଡଙ୍ଗା ବୁଡାଇବା ପାଇଁ ନୌକାର ନାଉରୀ ନ ହୁଅନ୍ତୁ । ପୋଷ୍ଟରରେ ଲେଖାହୋଇଛି ଯେ ଶ୍ରୀ ଜଗନ୍ନାଥ ସେବାୟତ ସମ୍ମୀଳନୀ ଏକ ମାଧ୍ୟମ ମାତ୍ର । ଏହାଛଡା ନିଜ ଦାବିକୁ ସମର୍ଥନ କରିବାକୁ ସେବାୟତମାନଙ୍କୁ କୁହାଯାଇଛି ।