ନବରଙ୍ଗପୁର : ପୋଷ୍ଟ ଅଫିସରେ ଫେକ୍ ନୋଟ୍ ଡିଟେକ୍ଟର ମେସିନ ନଥିବାରୁ ଟଙ୍କା ବଦଳକୁ ନେଇ ଅସନ୍ତୋଷ

23

କନକ ବ୍ୟୁରୋ : ପୁରୁଣା ୫୦୦ ଓ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଲୋକେ ନାକେଦମ ହେଲେଣି । ଏଥିପାଇଁ ବ୍ୟାଙ୍କରେ ଲୋକଙ୍କୁ ଘଂଟା ଘଂଟା ଲାଇନରେ ଛିଡା ହୋଇ ରହିବାକୁ ପଡୁଛି । ପୋଷ୍ଟ ଅଫିସରେ ପୁରୁଣା ନୋଟ ବଦଳାଇବାର ସୁବିଧା ଥିଲେ ମଧ୍ୟ ନବରଙ୍ଗପୁର ଉମରକୋଟ ପୋଷ୍ଟ ଅଫିସରେ ଟଙ୍କା ବଦଳ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ ।

ପୋଷ୍ଟ ଅଫିସ କାନ୍ଥରେ ଫେକ ନୋଟ ଡିଟେକ୍ଟର ମେସିନ ନାହିଁ ବୋଲି ନୋଟିସ ଲଗାଯାଇଛି । ଲୋକେ ବ୍ୟାଙ୍କରୁ ନିରାଶ ହୋଇ ପୋଷ୍ଟ ଅଫିସ ଯାଉଛନ୍ତି । କିନ୍ତୁ ପୋଷ୍ଟ ଅଫିସରୁ ବି ଟଙ୍କା ବଦଳ ନହୋଇପାରିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ ପୋଷ୍ଟ ମାଷ୍ଟର କହିଛନ୍ତି, ଫେକ ନୋଟ ଡିଟେକ୍ଟର ମେସିନ ସରକାର ଦେଇନାହାନ୍ତି । ଏତେ ପରିମାଣର ଟଙ୍କା ଚେକ କରିବାକୁ ସମୟ ଲାଗିବ ବୋଲି ସେ କହିଛନ୍ତି ।