ଏବେ ଅନଲାଇନରେ ମିଳିବ ପୋଷ୍ଟଅଫିସ୍ ସୁବିଧା ! ସହଜ ହେବ ଟଙ୍କା ନେଣଦେଣ, ଗ୍ରାହକ ନିଜ ଇଚ୍ଛାରେ ଆରମ୍ଭ କରିପାରିବେ ସେବା

31

ଆସନ୍ତା ମେ ମାସରୁ ଆରମ୍ଭ ହୋଇଯିବ ପୋଷ୍ଟ ଅଫିସର ଡିଜିଟାଲ ସର୍ଭିସ । ଏଥିରେ ପୋଷ୍ଟ ଅଫିସର ୩୪ କୋଟି ଖାତାଧାରକଙ୍କୁ ଲାଭ ମିଳିବ । ସରକାରଙ୍କ ତରଫରୁ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ୍ ସହ ଆକାଉଂଟକୁ ଲିଙ୍କ କରିବା ପାଇଁ ମଞ୍ଜୁରି ଦିଆଯବା ପରେ ଜମା ଖାତାଧାରୀଙ୍କୁ ଡିଜିଟାଲ ବ୍ୟାଙ୍କିଂ ମିଳିବା ସହଜ ହୋଇଯିବ । ଏହି ସୁବିଧା ଦ୍ୱାରା ପୋଷ୍ଟ ଅଫିସରେ ଖାତାଧାରକଙ୍କୁ ନିଜର ଆକାଉଂଟରୁ କୌଣସି ବି ବ୍ୟାଙ୍କ ଆକାଉଂଟକୁ ଟଙ୍କା ପଠାଇପାରିବେ । ପୋଷ୍ଟ ଅଫିସରେ ୧୭ କୋଟି ପୋଷ୍ଟଅଫିସ ସେଭିଂ ବ୍ୟାଙ୍କ ଆକାଉଂଟ ରହିଛି । ଏହା ବ୍ୟତୀତ ମାସିକ ଇନକମ୍ ସ୍କିମ , ରିକରିଂ ଡିପୋଜିଟ୍ ଆଦି ସାମିଲ ରହିଛି ।

ସରକାରଙ୍କ ଏହି ପଦକ୍ଷେପ ପରେ ଦେଶରେ ସବୁଠାରୁ ବଡ଼ ବ୍ୟାଙ୍କିଂ ନେଟୱର୍କ ତିଆରି ହେବ । ଇଣ୍ଡିଆ ପୋଷ୍ଟର ଯୋଜନା ସମସ୍ତ ୧.୫୫ ଲକ୍ଷ ପୋଷ୍ଟ ଅଫିସ ଖାତାକୁ ଆଇପିପିବି ସହ ଲିଙ୍କ୍ କରିବା ପାଇଁ ପଡ଼ିବ । ଇଣ୍ଡିଆ ପୋଷ୍ଟ କୋର ବ୍ୟାଙ୍କିଂ ସେବା ଆରମ୍ଭ କରିସାରିଛି । ଏହି ସେବା ବଦଳରେ ଟଙ୍କା ନେଣଦେଣ ସୁବିଧା ପୋଷ୍ଟ ଅଫିସରୁ ସେଭିଂ ବ୍ୟାଙ୍କ ଆକାଉଂଟ ମଧ୍ୟରେ ହୋଇପାରିବ । ପୋଷ୍ଟ ଅଫିସରେ ଜମା କରିଥିବା ଖାତାଧାରକଙ୍କୁ ଡିଜିଟାଲ ବ୍ୟାଙ୍କିଂ ସୁବିଧା ଗ୍ରାହକଙ୍କ ଇଚ୍ଛା ଅନୁସାରେ ମିଳିବ । ଖାତାଧାରକ ଏହି ସେବା ନେବାକୁ ଚାହିଁଲେ, ଅକାଉଂଟରେ ଆଇପିପିବି ଆକାଉଂଟ ସହ ଲିଙ୍କ କରାଇବା ପାଇଁ ପଡ଼ିବ ।