ଖୋର୍ଦ୍ଧା : ଦୁର୍ଗାପୁର ପଞ୍ଚାୟତର ଜଗନ୍ନାଥପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା,ବିଜେପି-ବିଜେଡି ମଧ୍ୟରେ ଗୋଷ୍ଠୀ ସଂଘର୍ଷ

41

କନକ ବ୍ୟୁରୋ : ଖୋର୍ଦ୍ଧାରେ ଦେଖାଦେଇଛି ନିର୍ବାଚନ ପରବର୍ତି ହିଂସା । ବେଗୁନିଆ ବ୍ଲକ ଦୁର୍ଗାପୁର ପଂଚାୟତର ଜଗନ୍ନାଥପୁର ଗାଁରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷରେ ଗାଁର ୬୦ ବଖରା ଘର ଭାଙ୍ଗିବା ସହ ଗାଡି ଭଙ୍ଗାରୁଜା ହୋଇଛି । ବୋଲେରୋ, ଅଟୋ, ବାଇକ୍ ସହ  ୯ଟି ଗାଡି ଆକ୍ରମଣକାରୀ ଭାଙ୍ଗି ଦେଇଛନ୍ତି ।

ଏଥିରେ ଗାଁର ୨ ଜଣ ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ରହିଛି, ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ଆଇସିୟୁରେ ଭର୍ତି କରାଯାଇଛି । ଜଗନ୍ନାଥପୁରରେ ଏବେ ବି ଉତେଜନା ଲାଗି ରହିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଖୋର୍ଦ୍ଧା ଏସପି ଘଟଣାସ୍ଥଳରେ ପହଂଚିଥିବା ବେଳେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ସମ୍ପୂର୍ଣ୍ଣ ଗାଁ ଏବେ ଜନଶୂନ୍ୟ ହୋଇପଡିଛି । ସେପଟେ ଯାଜପୁର ଜିଲ୍ଲା କୋରେଇ ବ୍ଲକରେ ମଧ୍ୟ ନିର୍ବାଚନୀ ପରବର୍ତୀ ହିଂସା ଦେଖାଦେଇଛି । ଜହ୍ନା ଗାଁରେ ବିଜେଡି ଓ କଂଗ୍ରେସ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ଗାଁରେ ପୁଲିସ ପଇଁତରା ମାରୁଛି ।