୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପିର ରଣନୀତି : ପୁଣି ଥରେ ପ୍ରଶାନ୍ତ କିଶୋରଙ୍କ ସହଯୋଗ ଲୋଡ଼ିବେ କି ମୋଦି ?

36

ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ନିଜର ପୁୁରଣା ରଣନୀତିଜ୍ଞଙ୍କ ସହ କାମ କରିବେ କି ? ୨୦୧୪ରେ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିବା ପ୍ରଶାନ୍ତ କିଶୋରଙ୍କ ସହ ପୁଣି ଥରେ କାମ କରିବେ କି ମୋଦି ? ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖି ଏବେଠାରୁ ଆରମ୍ଭ ହେଉଛି କଳ୍ପନାଜଳ୍ପନା । ଆଗାମୀ ନିର୍ବାଚନ ପାଇଁ ମୋଦି କି କି ପଦକ୍ଷେପ ନେବେ ସେନେଇ ସମସ୍ତଙ୍କ ନଜର ରହିଛି । ତେବେ ଶୁଣିବା ପାଇଁ ମିଳୁଛି ପୁରୁଣା ରଣନୀତିଙ୍କ ସହ ହାତ ମିଳାଇବେ ମୋଦି । ନିର୍ବାଚନର ଚାଣକ୍ୟ କୁାହାଯାଉଥିବା ପ୍ରଶାନ୍ତ କିଶୋର ପୁଣି ଥରେ ବିଜେପିର ହାତ ଧରି ପାରନ୍ତି । ଖବର ଅନୁସାରେ ୨୦୧୪ରେ ବିଜେପିର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ପ୍ରଶାନ୍ତ କିଶୋର । ତେବେ ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରଶାନ୍ତ କିଶୋର, ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ଅଭିଯାନ ସମ୍ଭାଳି ପାରନ୍ତି ବୋଲି ଶୁଣିବା ପାଇଁ ମିଳୁଛି । କୁହାଯାଇଛି ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରଶାନ୍ତ କିଶୋରଙ୍କ ସାକ୍ଷାତ ହୋଇଥିଲା । ତେବେ ଏହି ମାଲମଲାରେ ପ୍ରଶାନ୍ତ କିଶୋରଙ୍କ କ୍ୟାମ୍ପ କହିଛି, ଏବେ କିଛି କହିବା ଠିକ୍ ହେବ ନାହିଁ । କାରଣ ପ୍ରଶାନ୍ତ କିଶୋର ନିର୍ବାଚନୀ ମାମଲା ନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଲଗାତାର ସାକ୍ଷାତ କରୁଛନ୍ତି ।

prashant-kishor

ନିକଟରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରଶାନ୍ତ କିଶୋରଙ୍କୁ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ ବୋଲି ଶୁଣିବା ପାଇଁ ମିଳୁଛି । ବର୍ତ୍ତମାନ ସମୟରେ ପ୍ରଶାନ୍ତ କିଶୋରଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ । ଆଉ ଏଇଥିପାଇଁ ସେ ନିର୍ବାଚନ ଉପରେ ଧ୍ୟାନ ଦେଇପାରୁ ନାହାନ୍ତି । ଖବର ଅନୁସାରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତ ହୋଇଥିଲା । ୨୦୧୪ରେ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୨ରେ ଗୁଜରାଟ ନିର୍ବାଚନ ସମୟରେ ମଧ୍ୟ ପ୍ରଶାନ୍ତ କିଶୋର, ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ରଣନୀତିଜ୍ଞ ଭାବେ କାମ କରିଥିଲେ । ତେବେ ପରେ ଅମିତ ଶାହଙ୍କ ସହ ମନୋମାଳିନ୍ୟ ଯୋଗୁଁ ପ୍ରଶାନ୍ତ କିଶୋର ବିହାର ନିର୍ବାଚନ ସମୟରେ ନୀତିଶ କୁମାରଙ୍କ ସହ ଯୋଡ଼ି ହୋଇଥିଲେ । ପରେ ୟୁପି ଓ ପଞ୍ଜାବ ନିର୍ବାଚନ ସମୟରେ କଂଗ୍ରେସ ପାଇଁ କାମ କରିଥିଲେ ।