ଭଗବାନଙ୍କ ଆଉ ଏକ ରୂପ ! ଅଗ୍ନିକାଣ୍ଡରେ ସର୍ବହରା ହୋଇପଡିଥିବା ଦିନ ମଜୁରିଆଙ୍କ ଝିଅ ବାହାଘର କଲେ ଆଇଏଏସ୍ ଅଫିସର୍

122

କୁହାଯାଏ ଭଗବାନ କୌଣସି ବି ରୂପରେ ଚାଲିଆସନ୍ତି ଭକ୍ତଙ୍କ ପାଖକୁ । ହେଲେ ତାଙ୍କୁ ଚିହ୍ନିବା ପାଇଁ ହେଲେ ଆସ୍ଥା ରହିବା ଆବଶ୍ୟକ । ଠିକ୍ ଏମିତି କିଛି ହୋଇଛି ବାରଣାସୀର ଜଣେ ଦିନ ମଜୁରିଆ ଶ୍ୟାମ ବିହାରୀଙ୍କ ସହ । ଯେଉଁଠି ସର୍ବହରା ହୋଇପଡିଥିବା ଶ୍ୟାମ୍ ବିହାରୀଙ୍କ ଝିଅଙ୍କ ବିବାହରେ ପାଇଁ ପହଂଚି ଯାଇଛନ୍ତି ଜଣେ ଏସଡିଏମ୍ ଅଧିକାରୀ । ଆଉ କନ୍ୟାଦାନ କରିବା ପେରେ ସ୍ଥାନୀୟ ବାସିନ୍ଦା ଏସଡିଏମ ଏ.ଏନ୍ ଯାଦବଙ୍କୁ ଭଗବାନଙ୍କ ଆଉ ଏକ ରୂପ ବୋଲି କରିିଛନ୍ତି ।

ଖବର ମୂତାବକ , ଗତ ୧୯ ତାରିଖରେ ଶ୍ୟାମ୍ ବିହାରୀଙ୍କ ଝିଅ ମନିଷା ବିବାହ ଠିକ୍ ହୋଇଥିଲା । କିନ୍ତୁ ବିବାହର ଠିକ୍ ୫ ଦିନ ଆଗରୁ ଘରେ ନିଆଁ ଲାଗିଯିବାରୁ ସବୁକିଛି ପୋଡି ଯାଇଥିଲା । ଏପରିକି ଏହି ଅଗ୍ନିକାଣ୍ଡରେ ଘରର ଆସବାବ ସହ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ଯାହାର ଯାଂଚ୍ କରିବା ପାଇଁ ଏସଡିଏମ୍ ଏ.ଏନ୍ ଯାଦବ ଘଟଣାସ୍ଥଳରେ ପହଂଚିଥିଲେ । ତେବେ ଜୋର୍ ଜୋରରେ କାନ୍ଦୁଥିବା ଶ୍ୟାମ୍ ବିହାରୀଙ୍କ ଦୁଃଖ ଦେଖିପାରିନଥିଲେ ଏସଡିଏମ୍ । ଆଉ ଠିକ୍ ହୋଇଥିବା ତାରିଖରେ ହିଁ ଝିଅ ମନିଷାର ବିବାହ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ । କାରଣ ଯାଦବ ନିଜେ ଜଣେ ଚାଷୀ ପରିବାରରୁ ଆସିଛନ୍ତି । ଆଉ ଗରିବୀ କାହାକୁ କୁହନ୍ତି ପିଲାବେଳୁ ଅଙ୍ଗେ ଲିଭାଇଛନ୍ତି ।

ଏହା ପରେ ନିଜ ଅଫିସ୍ କର୍ମଚାରୀ, ଆଇନଜୀବୀ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବୈଠକ କରିବା ସହ ତୁରନ୍ତ ପ୍ରାୟ ୪୨ହଜାର ଟଙ୍କା ଯୋଗାଡ କରି ଶ୍ୟାମ ବିହାରୀଙ୍କୁ ଦେଇଥିଲେ । ଏହା ସହ ଅନ୍ୟ ଲୋକମାନେ ମିଶି ପ୍ରାୟ ୧ଲକ୍ଷ ଟଙ୍କା ଯୋଗାଡ କରିଥିଲେ । ଏହି ଟଙ୍କାରେ ଖୁବ୍ ଧୁମଧାମରେ ମନିଷାର ବିବାହ କରାଯାଇଥିଲା ।

ସୌଜନ୍ୟ : ୱାନଇଣ୍ଡିଆ