ସାବଧାନ ! ଏଣିକି ସୋସିଆଲ୍ ମିଡିଆରେ ଅଶ୍ଲୀଳ ଫଟୋ,ଭିଡିଓ କିମ୍ବା ମନ୍ତବ୍ୟ ପୋଷ୍ଟ କଲେ ମିଳିବ ଦଣ୍ଡ ।

32

ବର୍ତ୍ତମାନ ଡିଜିଟାଲ୍ ମିଡିଆରେ ମହିଳାଙ୍କ ଶାରୀରିକ ଗଠନ, ପୋଷାକ ଏବଂ ତାଙ୍କୁ ନେଇ କୁହାଯାଉଥିବା ଅଶ୍ଲୀଳ କଥା ବା ମନ୍ତବ୍ୟ ଏବେ ଅଧିକ ବଢିଯାଇଛି । କେବଳ ଏତିକି ନୁହଁ ବିଭିନ୍ନ ଅଶ୍ଲୀଳ ଫଟୋ ଏବଂ ଭିଡିଓ ମଧ୍ୟ ପୋଷ୍ଟ କରାଯାଇ ବିଭିନ୍ନ ମନ୍ତବ୍ୟ ଦିଆଯାଉଛି । ତେବେ ହ୍ୱାଟସଆପ୍ ଏବଂ ସ୍କାଇପ ଭଳି କିଛି ସୋସିଆଲ୍ ମିଡିଆରେ ଏଭଳି କଥା ଅଧିକ ଶୁଣିବାକୁ ମିଳେ । ଯାହାକୁ ନେଇ ଏବେ ଏକ ବଡ ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ କ’ଣ ଆସନ୍ତୁ ଜାଣିବା ।

ହ୍ୱାଟସଆପ୍ ଏବଂ ସ୍କାଇପ୍ ଭଳି ଡିଜିଟାଲ୍ ମିଡିଆରେ ମହିଳାଙ୍କ ଅଶ୍ଲୀଳ ଫଟୋ,ଭିଡିଓ କିମ୍ବା ମନ୍ତବ୍ୟ କରିବା ବେଆଇନ୍ ଏବଂ ଦଣ୍ଡନୀୟ ହୋଇପାରେ । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ସଂଶୋଧିତ ଆଇନରେ ରଖିଛି । ଡିଜିଟାଲ୍ ମିଡିଆରେ ମହିଳାଙ୍କ ଅଶ୍ଲୀଳ ଚିତ୍ରଣକୁ ନେଇ ଏହି ଆଇନ୍ ଲାଗୁ ହେବ ବୋଲି ଶୁଣିବାକୁ ମିଳୁଛି । ୧୯୮୬ ମସିହାରେ ଏହି ଆଇନ୍ ଅନୁଷ୍ଠିତ ହୋଇଥିଲା ।
ଏଭଳି ପରିବର୍ତ୍ତନ ରାଷ୍ଟ୍ରୀୟ ମହିଳା ଆୟୋଗର ସୁପାରିସ ଏବଂ ସଂସଦୀୟ ସ୍ଥାୟୀ କମିଟିର ଟିପ୍ପଣୀକୁ ଆଧାରକୁ ନେଇ କରାଯାଇଛି । ନୂଆ ଟେକ୍ନିକକୁ ଧ୍ୟାନରେ ରଖି ଏଭଳି ପ୍ରସ୍ତାବ ନିଆଯାଇଛି ।