ଦିଲ୍ଲୀରେ ଲଜ୍ଜା ! ରାଜୀବ ଚୌକ୍ ମେଟ୍ରୋ ଷ୍ଟେସନର ଏକ ବିଜ୍ଞାପନ ସ୍କ୍ରିନରେ ଦୀର୍ଘ ସମୟ ଧରି ଦେଖିବାକୁ ମିଳିଲା ଅଶ୍ଳୀଳ ଭିଡିଓ

51

ଏଭଳି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀର ଏକ ମେଟ୍ରୋ ରେଳ ଷ୍ଟେସନରୁ । ତେବେ ପ୍ରତିଦିନ ଭଳି ଦିଲ୍ଲୀର ଏହି ରାଜୀବ ଚୌକ୍ ମେଟ୍ରୋ ଷ୍ଟେସନରେ ଲୋକଙ୍କ ଭିଡ ଜମିଥାଏ । ଠିକ୍ ସେହି ସମୟରେ ବିଜ୍ଞାପନ ପାଇଁ ଷ୍ଟେସନରେ ଲଗା ଯାଇଥିବା ଏକ ଟିଭି ପରଦାରେ ହଠାତ୍ ଅଶ୍ଳୀଳ ଭିଡିଓ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ହୋସ୍ ଉଡିଯାଇଥିଲା । ମାତ୍ର କିଛି ଲୋକ ମଧ୍ୟ ଏହାର ଭିଡିଓ ମୋବାଇଲରେ ତିଆରି କରିବାକୁ ଲାଗିଥିଲେ । ଯଦିଓ ଏହି ଘଟଣାଟି ଏପ୍ରିଲ ୯ ତାରିଖର ଘଟିଥିଲା । ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେପଟେ ଏପରି କେମିତି ଏବଂ କେଉଁ ପ୍ରରିପେକ୍ଷୀରେ ଘଟିଛି ତାହାର କୌଣସି ସୂଚନା ପୁଲିସ ପାଖରେ ନଥିବାବେଳେ ଏନେଇ ପୁଲିସ ନିକଟରେ ମଧ୍ୟ କୌଣସି ଅଭିଯୋଗ କରାଯାଇ ନାହିଁ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

ଦେଖନ୍ତୁ ଏହି ଭିଡିଓ-