ମୋଦି ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ! ପ୍ରତି ୧୨ ସେକେଣ୍ଡରେ ଜଣେ ଗରିବଙ୍କୁ ମିଳୁଛି ମାଗଣା ଚିକିତ୍ସା ସୁବିଧା 

358

ଗରିବ ରୋଗୀଙ୍କ ପାଇଁ ଆୟୁଷ୍ମାନ୍ ଭାରତ ଯୋଜନା ଆଶାର ଏକ ନୂଆ କିରଣ ନେଇଆସିଛି । ଯୋଜନାକୁ ଲଂଚ ହେବାର ୪ ମା ପୂର୍ଣ୍ଣ ହୋଇନି, ତଥାପି ଦେଶରେ ପ୍ରତି ୧୨ ସେକେଣ୍ଡରେ ଜଣେ ଗରିବ ମାଗଣାରେ ଚିକିତ୍ସା ସୁବିଧା ପାଇପାରୁଛି । କେବଳ ଏତିକ ନୁହେଁ ପ୍ରତି ଦୁଇ ସେକେଣ୍ଡରେ ଜଣେ ଗରିବ ଲୋକ ଆୟୁଷ୍ମାନ ଭାରତର ଗୋଲଡ଼େନ୍ କାର୍ଡ଼ ତିଆରି କରୁଛି । ଆୟୁଷ୍ମାନ୍ ଭାରତ ଯୋଜନା ଅନୁସାରେ ଏବେ ପର୍ଯ୍ୟନ୍ତ ଆଠ ଲକ୍ଷରୁ ଅଧିକ ଲୋକଙ୍କର ଚିକିତ୍ସା ହୋଇସାରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଅନୁସାରେ ସରକାର ସମସ୍ତ ଗରିବ ଲୋକଙ୍କୁ ଉତ୍ତ ଚିକିତ୍ସା ଉପଲବ୍ଧ କରାଇବା ପାଇଁ ପ୍ରତିବଦ୍ଧ । ଏବଂ ଅର୍ଥ ଅଭାବରୁ କୌଣସି ଗରିବ ଚିକିତ୍ସାରୁ ବଂଚିତ ହେବେ ନାହିଁ ।

ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଗରିବ ପରିବାରକୁ ପଠାଯାଇଥିଲା ଗୋଲଡ଼େନ୍ କାର୍ଡ଼ । ଗୋଲଡ଼େନ୍ କାର୍ଡ଼ ଏହି ଯୋଜନାକୁ ଲୋକପ୍ରିୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ବହନ କରୁଛି । ଏବେ ପର୍ଯ୍ୟନ୍ତ ପାଖାପାଖି ୭.୫ କୋଟି ଗରିବ ପରିବାରକୁ ମିଳିଛି ଗୋଲଡ଼େନ୍ କାର୍ଡର୍ । ଆଉ ସବୁଠାରୁ ବଡ଼ କଥା ହେଲା ତତକାଳ ତିଆରି ହୋଇଯାଉଛି ଗୋଲଡ଼େନ୍ କାର୍ଡ଼ । ସବୁଠାରୁ ବଡ଼ କଥା ହେଲା ଏହି ଯୋଜନା ଅନୁସାରେ ଗରିବଙ୍କ ମାଗଣା ଚିକିତ୍ସା ପରେ ଟଙ୍କା ପଇଠ ପାଇଁ ଅଧିକ ସମୟ ଅପେକ୍ଷା କିରବା ପାଇଁ ପଡ଼ିବ ନାହିଁ । ମେଡ଼ିକାଲ ଗୁଡ଼ିକ ୧୫ ଦିନ ଭିତରେ ହିଁ ନିଜ ତରଫରୁ ଟଙ୍କା ପଇଠ  କରିଦେବେ । ଏବେପର୍ଯ୍ୟନ୍ତ ଗରିବଙ୍କ ଚିକିତ୍ସା ପାଇଁ ପାଖାପାଖି ୧୧୩୨ କୋଟି ଟଙ୍କା ଖର୍ଚ୍ଚ ଆସଛି, ଯେଉଁଥିରୁ ୬୬୭୫ କୋଟି ଟଙ୍କା ମେଡ଼ିକାଲ ବହନ କରିସାରିଛି ।

image courtesy – www.practiceforces.com

ତଥ୍ୟ ଅନୁସାରେ ପାଖାପାଖି ୧୦.୭୪ କୋଟି ପରିବାରକୁ ମାଗଣା ଚିକିତ୍ସା ସୁବିଧା ଦିଆଯାଉଛି । କିନ୍ତୁ କିଛି ରାଜ୍ୟ ଏହି ଯୋଜନାରୁ ବାହା ଥିବାରୁ ଗରିବ ପରିବାର ଏହାର ଲାଭ ଠାଇ ପାରୁନାହାନ୍ତି । ତେଲେଙ୍ଗାନା, ଓଡ଼ିଶା, ଓ ଦିଲ୍ଲୀ ପ୍ରଥରୁ ଏହି ଯୋଜନାରୁ ବଂଚିତ ଅଛନ୍ତି । ଏଠାର ରାଜ୍ୟ ସରକାର ନିଜ ରାଜ୍ୟରେମୋଦି ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ମନାକରି ଦେଇଛନ୍ତି ।  ଗତ କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ଓ ଛତିଶଗଡ଼ ମଧ୍ୟ ଏହି ଯୋଜନା ନେବା ପାଇଁ ମନାକରିଦେଇଛନ୍ତି ।