ଦଶ ଶ୍ରେଷ୍ଠ ପ୍ରଶାସକ ତାଲିକାର ଦ୍ୱିତୀୟ ସ୍ଥାନରେ ନୂଆପଡା ଜିଲ୍ଲାପାଳ । ଚାରି କିଲୋମିଟର ପାହାଡ ଚଢି ଦୁର୍ଗମ ଅଂଚଳରେ ପହଂଚି ଚର୍ଚ୍ଚାକୁ ଆସିଥିଲେ ପୋମା ଟୁଡୁ  । 

75

କନକ ବ୍ୟୁରୋ : ଦେଶର ଶେଷ୍ଠ୍ର ପ୍ରଶାସକ ତାଲିକାର ଶ୍ରେଷ୍ଠ ପ୍ରଶାସକ ତାଲିକାର ଦ୍ୱିତୀୟ ସ୍ଥାନରେ ନୂଆପଡା ଜିଲ୍ଲାପାଳ ।  ଚାରି କିଲୋମିଟର ପାହାଡ ଚଢି ଦୁର୍ଗମ ଅଂଚଳରେ ପହଂଚି ଚର୍ଚ୍ଚାକୁ ଆସିଥିଲେ ପୋମା ଟୁଡୁ  ।  ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନୂଆପଡା ଜିଲ୍ଲପାଳ । ତାଙ୍କର କାର୍ଯ୍ୟଶୈଳୀ ତଥା ସରକାରଙ୍କ ଜନକଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଂଚାଇବାରେ ଯୁବ ଆଇଏଏସ ଅଫିସର ଡ. ପୋମା ଟୁଡୁଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ସମସ୍ତେ ।   ଦେଶର ୧୦ ଶ୍ରେଷ୍ଠ ପ୍ରଶାସକ ତାଲିକାର ଓଡିଶାର ଜିଲ୍ଲାପାଳ । ତାଲିକାର ପ୍ରଥମ ସ୍ଥାନରେ କେରଳର ଆଇଏଏସ ଅଫିସର ପ୍ରଶାନ୍ତ ନାୟାର ଥିବା ବେଳେ ଦ୍ୱିତୀୟରେ ଅଧିକାରୀ ହୋଇଛନ୍ତି ନୂଆପଡା ଜିଲ୍ଲାପାଳ ପୋମା ଟୁଡୁ ।

ହାତରେ ଲାଠି ଧରି ୪ କିଲୋମିଟର ପାହାଡ ଚଢି ଦୁର୍ଗମ ଅଂଚଳ ଖଡିଆଳ ବ୍ଲକ ରାନିମୁଣ୍ଡା ପଂଚାୟତର ସମାଟପଦରରେ ପହଂଚି ଚର୍ଚ୍ଚାକୁ ଆସିଥିଲେ ପୋମା ଟୁଡୁ । ଆଦିବାସୀଙ୍କ ଦୁଃଖ ବୁଝିବା ପାଇଁ ଜିଲ୍ଲାପାଳ କରିଥିବା ଉଦ୍ୟମ ଆଜି ତାଙ୍କୁ ଏହି ସ୍ଥାନର ଅଧିକାରୀ କରିଛି । ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଯୁବ ଆଇଏଏସ ଅଧିକାରୀଙ୍କୁ ନେଇ ସିଭିଲି ସର୍ଭିସ ଏକ ସର୍ଭେ କରାଯାଇଥିଲା । ଯେଉଁ ସର୍ଭେ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ନୂଆପଡା ଜିଲ୍ଲା ପ୍ରଥମ ମହିଳା ଜିଲ୍ଲାପାଳ ପୋମା ଟୁଡୁ । ଜିଲ୍ଲାପାଳଙ୍କର ଏହି ସଫଳତା ପରେ ତାଙ୍କୁ ସମ୍ବୋର୍ଦ୍ଧିତ କରାଯାଇଛି ।

ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଡକ୍ଟର ପୋମା ଟୁଡୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବ ପହାଡ ଚଢି ଜିଲ୍ଲାପାଳଙ୍କ ଲୋକଙ୍କ ପାଖରେ ପହଂଚିବା ଖବର ପ୍ରଥମେ କନକ ନ୍ୟୁଜରେ ପ୍ରସାରଣ କରାଯାଇଥିଲା । ଏନେଇ ତାଙ୍କୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଥିଲେ ।

ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ପାହାଡ ପର୍ବତ ଘେରା ଦୁର୍ଗମ ଅଂଚଳରେ ଚାରି କିଲୋମିଟର ପାହାଡ ଚଢି ସମାଟପଦର ଗାଁ ରେ ପହଂଚି ଲୋକଙ୍କ ସମସ୍ୟା ବୁଝିଥିଲେ । ପ୍ରଥମେ ତାଙ୍କୁ ଗାଁ ଲୋକେ ଚିହ୍ନିପାରିନଥିଲେ । କିନ୍ତୁ ଜାଣିବା ପରେ ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ଗ୍ରାମବାସୀ । ତାଙ୍କର ଏଭଳି ଅଭିନବ ଉଦ୍ୟମକୁ  ରାଜ୍ୟବାସୀ ଅକୁଣ୍ଠ ସମର୍ଥନ ଜଣାଇଥିଲେ ।  ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ମିଞ୍ଜଙ୍କ ଅଦ୍ଦକ୍ଷତାରେ ପିଡି ଡିଆରଡିଏ ବୃଷଭ  ଚନ୍ଦ୍ର ନାଏକ, ଉପ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀ ଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ ।