ପଲିଥିନ ତଳେ ଚାଲିଛି ସରକାରୀ ଅଫିସ୍! ବର୍ଷା କବଳରୁ ନଥିପତ୍ରର ରକ୍ଷା ପାଇଁ କଳା ପଲିଥିନରେ ଢଙ୍କା ହୋଇଛି ଗୋପ ଖଣ୍ଡସାହି ଆରଆଇ ଅଫିସ୍

33

କନକ ବ୍ୟୁରୋ : ବିପର୍ଯ୍ୟସ୍ତ ଆଉ ବିପଦ ଶଂକୁଳ ଅବସ୍ଥାରେ ଚାଲିଛି ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ । ଛାତକୁ ଭରସା ଦେଉଛି ପଲିଥିନି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ସୁଦ୍ଧା ଏକା ଏକଦମ୍ ସତ । ଛାତର ସିମେଂଟ ଛାଡ଼ି ଜଳଜଳ ହୋଇ ଦେଖାଯାଉଛି ଲୁହାରଡ଼ । ବର୍ଷାରୁ ନଥିପତ୍ରକୁ ସାଇତି ରଖିବା ପାଇଁ ସାହାରା ସାଜିଛି ପଲିଥିନ । ଏଭଳି ଦୟନୀୟ ଅବସ୍ଥାରେ ଚାଲିଛି ପୁରୀ ଜିଲ୍ଲା ଗୋପ ତହସିଲ ଅଧିନରେ ଥିବା ଖଣ୍ଡସାହି ଆରଆଇ ଅଫିସ୍ ।

ତିନୋଟି ପଂଚାୟତର ୩୬ରୁ ଅଧିକ ଗାଁର ପାଉତି ଦଲିଲ ଏଠାରେ ରହିଛି । ବର୍ଷା ହେଲେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଭାସିଯାଏ ଏବଂ ନଷ୍ଟ ହୋଇଯାଉଥିବା ନଜିର ରହିଛି । ଅନେକଥର ଏହାର ମରାମତି ପାଇଁ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯେମିତିକୁ ସେମିତି ରହିଛି ଆରଆଇ ଅଫିସ୍ । ଅଫିସକୁ ଯିବାକୁ ନା ଅଛି ଭଲ ରାସ୍ତା, ନା ବିଦ୍ୟୁତ୍ ସେବା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।