ଓଡିଶାରେ ବ୍ୟାନ ହେବ ପଲିଥିନ୍, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର ୨ ତାରିଖରୁ ହେବ ଲାଗୁ

53

କନକ ବ୍ୟୁରୋ : ଓଡିଶାରେ ବ୍ୟାନ ହେବ ପଲିଥିନ । ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ପରେ ଏବେ ଓଡିଶାରେ ପଲିଥିନ୍ ବ୍ୟାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା ନାଁରେ’ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପଲିଥିନ୍ ବ୍ୟାନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ପୁରୀ ଓ ମ୍ୟୁନିସପାଲଟି ଅଂଚଳରେ ପଲିଥିନ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ପ୍ରଥମେ ସହରାଂଚଳରେ ନିଷିଦ୍ଧ ହେବ ପଲିଥିନ୍ । ଏହା ପରେ ୨ ବର୍ଷ ଭିତରେ ସାରା ରାଜ୍ୟରେ ବନ୍ଦ ହେବ ପଲିଥିନ ।

ପ୍ରଥମ ପର୍ଯ୍ୟାୟରେ ପୁରୀ ଓ ୫ ମୁନ୍ୟସିପାଲଟି ଅଂଚଳରେ ପଲିଥିନ ବ୍ୟାନ ହେବ । ଅକ୍ଟୋବର ୨ରୁ ଏହା କଡାକଡି ପାଳନ କରିବାକୁ ନିଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗଛ ଲଗାଇବାକୁ ପରାମର୍ଶ ଦେଇଛନ୍ତି ନବୀନ । ଯାହା ଫଳରେ ପରିବେଶ ସନ୍ତୁଳନ ଠିକ୍ ରହିବ ଓ ମଣିଷର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ । ବ୍ୟାପକ ବୃକ୍ଷରୋପଣ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।