ଗ୍ରାମବାସୀଙ୍କ ପାଇଁ ଦେବଦୂତ ସାଜିଲେ ଦୁଇ ପଲିଟେକନିକ୍ ଛାତ୍ର : ନଦୀ ପାର କରିବା ପାଇଁ ନିର୍ମାଣ କଲେ ‘ସାଇକେଲ ବୋଟ୍’

38

ତାମିଲନାଡୁର ସେଲମ୍ ଜିଲ୍ଲାରେ ପଲିଟେକନିକ୍ ର ଦୁଇଜଣ ଛାତ୍ର ଏକ ଅଭିନବ ଆବିଷ୍କାର କରିଛନ୍ତି । ତମିଜକୁମାରନ୍ ଓ ଗୁନା ନାମକ ଦୁଇ ଜଣ ଛାତ୍ର ଏମିତି ଏକ ବୋଟ୍ ର ଆବିଷ୍କାର କରିଛନ୍ତି ଯେ, ଯାହା ଏକ ସାଇକେଲର ମେକାନିଜିମ୍ ଉପରେ ଚାଲେ । ଏହି ଆବିଷ୍କାରର ନାମ ହେଉଛି ‘ସାଇକେଲ ବୋଟ୍’ । ସାଇକେଲ ବୋଟ୍ କୁ କିଛି ପିବିସି ପାଇପ୍ସ, ଏସରଟ୍ୟୁବ୍ସ, ହ୍ୟାଣ୍ଡଲବାର ଓ ସାଇକେଲ ପ୍ୟାଡଲ ଭଳି ସାଧାରଣ ଜିନିଷରେ ନିର୍ମିତ କରାଯାଇଛି । ଏହାର ନିର୍ମାଣ ଖର୍ଚ୍ଚ କେବଳ ୩୦୦୦ ଟଙ୍କା ।

ତମିଜକୁମାରନଙ୍କ କହିବାନୁସାରେ, ଏହି ବୋଟ୍ ପ୍ୟାଡଲ ମାରିବା ପରେ ପଙ୍ଖା ଘୂରେ ଓ ତା’ପରେ ଏହା ଚାଲେ । ଏହି ବୋଟ୍ ର ବ୍ୟବହାର ବର୍ଷା ଦିନରେ ନଦୀ ଅତିକ୍ରମ କରିବା ପାଇଁ କରାଯାଇପାରିବ । ଯଦି ଏମିତି ହେବ ତେବେ ଗାଁ ଲୋକଙ୍କ ପାଇଁ ଏହା ବହୁତ ଉପକାରୀ ସାବ୍ୟସ୍ତ ହେବ । ଏହା ସହିତ କାବେରୀପୁରମର ଲୋକମାନେ ତାମିଲନାଡୁ ସରକାରଙ୍କୁ ଏହି ଛାତ୍ରମାନଙ୍କ ପାଇଁ ସହାୟତା ରାଶି ଦାବି କରିଛନ୍ତି ।