ଅନିଚ୍ଛା ସତ୍ୱେ ଏକାଧିକ ଥର ବିବାହ କରୁଛନ୍ତି ମହିଳା ! ଜାଣନ୍ତୁ ଏପରି ଏକ ଦେଶର ରହସ୍ୟ

58

ବିଗତ ପାଞ୍ଚ ବର୍ଷ ଧରି ଆତଙ୍କବାଦ ସହ ଲଢୁଛି ଦେଶ ସୀରିୟା । ଏଠାରେ ହିଂସାର ମାତ୍ରା ଏତେ ବଢି ଯାଇଛି ଯେ ଦେଶ ତଳିତଳାନ୍ତ ହେବା ଅବସ୍ଥାରେ । ଦେଶର ଲକ୍ଷ ଲକ୍ଷ ଲୋକ ହିଂସାକାଣ୍ଡର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । କିଛି ଲୋକ ଗୁଳିମାଡରେ ତ ଆଉ କିଛି ଭୋକ ବିକଳରେ ମୃତ୍ୟୁ ମୁଖରେ ପଡୁଛନ୍ତି । ଲକ୍ଷ ଲକ୍ଷ ଲୋକ ଜୀବନ ବଂଚାଇବା ପାଇଁ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି । ଆତଙ୍କବାଦ ଯୋଗୁଁ ହିଂସାକାଣ୍ଡରେ ଦେଶର ପୁରୁଷଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି ଏବଂ ଦେଶର ସମସ୍ତ ମହିଳା ବିଧବା ହେବାରେ ଲାଗିଛନ୍ତି । ମହିଳାଙ୍କ ଏପରି ଅବସ୍ଥା ପାଇଁ ସେମାନେ ଅନିଚ୍ଛା ସତ୍ୱେ ଏକାଧିକ ଥର ବିବାହ କରିବା ପାଇଁ ବାଧ୍ୟ  ହେଉଛନ୍ତି  ।

୨୦୧୧ରୁ ସୀରିୟାରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧ ପରେ ଦେଶର ଅବସ୍ଥା ଅଧିକ ଖରାପ ହେବାରେ ଲାଗିଛି । ୨୦୧୦ ତୁଳନାରେ ୨୦୧୫ରେ ଏହି ଦେଶରେ ବହୁବିବାହ ବଢିବାରେ ଲାଗିଛି । ରେଜିଷ୍ଟର ହୋଇଥିବା ବିବାହରୁ ବହୁବିବାହ ସଂଖ୍ୟା ପ୍ରାୟ ୩୦ ପ୍ରତିଶତ । ଏବେ ଦେଶରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ସଂଖ୍ୟାରୁ ଢେର ଅଧିକ ଏବଂ ସେଥିରୁ ୭୦ ପ୍ରତିଶତ ମହିଳା ଅବିବାହିତ । ଏଇ ଦେଶରେ ଅନେକ ମହିଳା ଆର୍ଥିକ ସମସ୍ୟା ଓ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତି ନେବାକୁ ବାଧ୍ୟ ହେଉଛନ୍ତି । ପ୍ରଥମେ ପ୍ରଥମେ ମହିଳା ମାନେ ଏପରି ବିବାହ ପାଇଁ ରାଜି ହେଉ ନଥିଲେ କିନ୍ତୁ ଆସ୍ତେ ଆସ୍ତେ ପରିସ୍ଥିତି ଏତେ ଖରାପ ହେଲା ଯେ ସେମାନେ ଏପରି ବବାହ ପାଇଁ ରାଜି ହୋଇ ଯାଉଛନ୍ତି । ଦେଶର ପରିସ୍ଥିତି ଏୋତ ଖରାପ ଆଡକୁ ଗତିକରୁଛି ଯେ ମହିଳାମାନେ ନିଜର ସୁରକ୍ଷା ପାଇଁ ନିଜ ବୟସରୁ ଦୁଇଗୁଣା ଅଧିକ ପୁରୁଷକୁ ବିବାହ କିମ୍ବା ଯୌନ ସଂପର୍କ ରଖିବା ପାଇଁ ରାଜି ହୋଇ ଯାଉଛନ୍ତି  ।