ମନ ପୋଡିଗଲା ପରେ ଥାନା ପୋଡିଲା ! କମେଂଟର କରୁଣ କାହାଣୀ କହିଲେ ପୀଡିତା

43

ଗଞ୍ଜାମ : କମେଂଟ ନିଅାଁରେ ଜଳିଗଲା ପୋଲସରା ଥାନା । ଗଂଜାମ ଜିଲ୍ଲାର ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । କିଛି ଅସାମାଜିକ ଯୁବକ ଜଣେ ଯୁବତୀଙ୍କୁ ଦୀର୍ଘ ଦେଢ ବର୍ଷ ଧରି ହଇରାଣ କରିବା ପରେ ମାଆକୁ ହତ୍ୟା କରିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହେବା ପରେ ଗତକାଲି ଉତ୍ୟକ୍ତ ଲୋକେ ଥାନାରେ ନିଅାଁ ଲଗାଇଦେଇଥିଲେ । ଏହି ଘଟଣା ପରେ ଆଜି ଉଭୟ ବିଜେପି ଓ ବିଜେଡି ଟିମ୍ ପୋଲସରାରେ ପହଂଚି ପୋଲିସ ସହ ଆଲୋଚନା କରିବା ସହ ପୀଡିତା ଓ ତାଙ୍କ ପରିବାରକୁ ଭେଟିଛନ୍ତି। ସେପଟେ କମେଂଟର ଶିକାର ହୋଇଥିବା ପୀଡିତା କନକ ନ୍ୟୁଜକୁ ଦେଇଛନ୍ତି ଏକ୍ସକ୍ଲୁସିଭ୍ ସାକ୍ଷାତକାର । ଯାହା ଶୁଣିଲେ ଆପଣ ବିଚଳିତ ହୋଇପଡିବେ।