ଭାରତରେ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା ସର୍ବାଧିକ !

28

କନକ ବ୍ୟୁରୋ : ଭାରତରେ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା ସର୍ବାଧିକ । ପ୍ରଦୂଷଣ ଜନିତ ମୃତ୍ୟୁହାରରେ ବିଶ୍ୱରେ ସବୁଠାରୁ ଆଗରେ ରହିଛି ଭାରତ । ପ୍ରଦୂଷଣ ଯୋଗୁଁ ୨୫ଲକ୍ଷ ଭରତୀୟଙ୍କର ମୃତ୍ୟୁ ହୋଇଛି । ଯାହା ଏଚଆଇଭି ଭୂତାଣୁ ଜନିତ ମୃତ୍ୟୁଠାରୁ ୩ ଗୁଣା ଅଧିକ । ବିଶ୍ୱସ୍ତରରେ ପ୍ରଦୂଷଣ ଓ ସ୍ୱାସ୍ଥ୍ୟକୁ ନେଇ ଦିଆଯାଇଥିବା ଏକ ରିପୋର୍ଟରେ ଏଭଳି କୁହାଯାଉଛି । ଏହି ମୃତ୍ୟୁହାରରେ ଭାରତ ପଛକୁ ରହିଛି ଚୀନ୍ ।

ଚୀନରେ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ୧୮ ଲକ୍ଷ । ଖଣିଖାଦାନ ଓ ଶିଳ୍ପାନୁଷ୍ଠାନ ଯୋଗୁଁ ପ୍ରଦୂଷଣ ବଢୁଥିବା କହିଛନ୍ତି ଏନଭର୍ମେଂଟାଲ ଗ୍ରୁପ୍ ପ୍ୟୁର ଆର୍ଥର ଉପଦେଷ୍ଟା କାର୍ତି ସିନ୍ଧ୍ୟା । ବାୟୁ ପ୍ରଦୂଷଣ ଯୋଗୁଁ ଶ୍ୱାସକ୍ରିୟାରେ ସମସ୍ୟା, ଲଙ୍ଗ କ୍ୟାନସର ଓ ହୃଦରୋଗରେ ସବୁଠାରୁ ବେଶ ମୃତ୍ୟୁ ହୋଇଛି । ବିଶେଷ କରି ଏହି ମୃତ୍ୟୁ ତାଲିକାରେ ରହିଛନ୍ତି ଦେଶର ନିର୍ମାଣ ଶ୍ରମିକ । କନଷ୍ଟ୍ରକସନ୍ ସମୟରେ ବାୟୁ ପ୍ରଦୂଷଣ ପ୍ରତି ନଜର ଦିଆଯାଉନଥିବାରୁ ଏଭିଳି ମୃତ୍ୟୁ ସଂଖ୍ୟା ବଢୁଥିବା କହିଛନ୍ତି କାର୍ତି ସିନ୍ଧ୍ୟା ।