ଦିପାବଳୀ ସରିବା ପରେ ଦିଲ୍ଲୀରେ ଧୂଆଁର ଚାଦର : ପରିବେଶ ପ୍ରଦୂଷଣକୁ ନେଇ ବଢିଲା ଚିନ୍ତା, ବିନା ମାସ୍କରେ ଘରୁ ବାହାରିବା ମୁସ୍କିଲ

90

କନକ ବ୍ୟୁରୋ : ଦୀପାବଳି ପରେ ଦିଲ୍ଲୀରେ ବାୟୁପ୍ରଦୂଷଣ ଭୟଙ୍କର ରୁପ ନେଇଛି । ଆଜି ସକାଳୁ ଦିଲ୍ଲୀରେ ଘନ କୁହୁଡି ଦେଖିବାକୁ ମିଳିଛି । ଗତକାଲି ରାତି ୧୧ଟାରେ ଦିଲ୍ଲୀର ବାୟୁର ଗୁଣବତା ସୂଚକାଙ୍କ ୩୦୨ ରେକର୍ଡ କରାଯାଇଛି । ଯାହାକୁ ବିପଦଜନକ କହିଛି ସେଂଟ୍ରାଲ ପଲ୍ୟୁସନ କଂଟ୍ରୋଲ ବୋର୍ଡ । ଦୀପାବଳିରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ସୂଚନା ମିଳିଛି ।

ଦିଲ୍ଲୀରେ କେବଳ ସବୁଜ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ରାତି ୮ଟାରୁ ୧୦ଟା ଯାଏଁ ଅନୁମତି ଦେଇଥିଲେ । ହେଲେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ଦିଲ୍ଲୀର ବିଭିନ୍ନ ଅଂଚଳରେ ଅବମାନନା କରି ରାତି ୧୦ଟା ପରେ ବି ବାଣ ଫୁଟାଇଯାଇଥିବା ପୁଲିସ ବି ମାନିିଛି । ଦିଲ୍ଲୀର ଆନନ୍ଦ ବିହାର, ଜାହାଙ୍ଗିରପୁରା ଅଂଚଳରେ ପ୍ରଦୂଷଣର ମାତ୍ରା ଅଧିକ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ସୂଚନା ମିଳିଛି ।