ଚମକାଇଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ରିପୋର୍ଟ । ପ୍ରତିଦିନ ଜଳବାହିତ ରୋଗରୁ ୭ ଜଣ ଲୋକ ହରାଉଛନ୍ତି ଜୀବନ ।

150

କନକ ବ୍ୟୁରୋ: ଜଳ ପାଇଁ ଯାଉଛି ଜୀବନ । ଜଳବାହିତ ରୋଗରେ ଦେଶରେ ପ୍ରତିଦିନ ୭ଜଣ ଲୋକଙ୍କର ମୃତ୍ୟ ଘଟୁଛି । ଏନେଇ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ହେଲଥ୍ ଇଣ୍ଟେଲଜେନ୍ସ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଖୁଲାସା ହୋଇଛି । ସେହିପରି ପ୍ରତିଦିନ ୩୬ ହଜାରରୁ ଅଧିକ ଲୋକ ବିଭିନ୍ନ ଜଳବାହିତ ରୋଗରେ ସଂକ୍ରମିତ ହେଉଛନ୍ତି ।

ସବୁଠାରୁ ବଡ଼ କଥା ହେଲା କି, ଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ଜଳବାହିତ ରୋଗରେ ୧୧ହଜାର ୭ଶହ ୬୮ ଲୋକଙ୍କର ମୃତ୍ୟୁ ଘଟିଛି । ସେହିପରି ୭.୬ କୋଟି ଲୋକ ଏଭଳି ରୋଗ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ୨୦୧୮ରେ କଲେରା, ଡାଇରିଆ, ଟାଇଫଏଡ୍, ହେପାଟାଇଟିସ୍ ଆଦି ରୋଗରେ ୨ ହଜାର ୪ ଶହ ୩୯ ଲୋକଙ୍କର ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

polluted mahandi waterଅନ୍ୟପଟେ ଏହି ରିପୋର୍ଟ କହୁଛି ଯେ, ଜଳ ଜନିତ ରୋଗରେ ସଂକ୍ରମିତ ହେଉଥିବା ରୋଗରେ ପାଖାପାଖି ୧ ହଜାର ୪ ଶହ ୫୦ ଜଣ ୫ ବର୍ଷରୁ କମ୍ ବୟସ୍କ ଶିଶୁ ରହିଛନ୍ତି। ୨୦୧୮ରେ ୫ ଶହ ୮୪ ଜଣଙ୍କର ହେପାଟାଇଟିସରେ ମୃତ୍ୟୁ ଘଟିଛି । ୨୦୧୪ଠାରୁ ମୃତକଙ୍କ ସଂଖ୍ୟା ବଢୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି ।

water billଏବେ ଏହି ରିପୋର୍ଟ ସାରା ଭାରତବାସୀଙ୍କୁ ଆତଙ୍କିତ କରିଛି । କୁଢ଼ କୁଢ଼ ଅଳିଆ ଆବର୍ଜନା ନଦୀ ନାଳରେ ଫିଙ୍ଗିବା ଏବଂ ବିଶେଷ କରି ପଲିଥିନର ପାର୍ଦୁଭାବ ମାତ୍ରାଧିକ ହେବାରୁ ଏଭଳି ସମସ୍ୟା ସୃଷ୍ଟି ହୋଉଛି । ଯଦି ଏହାକୁ ବେଳହୁଁ ରୋକାନଯାଏ ତେବେ ଏହା ଆଗକୁ ଅଧିକ ଭୟଙ୍କରରୂପ ଧାରଣ କରିବ ବୋଲି ପରିବେଶବିତ୍ ମାନେ ମତ ପ୍ରକାଶ କରିଛନ୍ତି ।