ଜହର ପାଲଟିଛି ସୁନା ନଦୀର ପାଣି ! ଯୋଡାର ଜୀବନ ରେଖା ଭାବେ ପରିଚିତ ସୁନା ନଦୀକୁ ଦୂଷିତ କରୁଛି ଅଳିଆ ଆବର୍ଜନା ଓ କଳକାରଖାନାରୁ ନିର୍ଗତ ଜଳ

107

କନକ ବ୍ୟୁରୋ : ଜହର ପାଲଟିଛି ସୁନା ନଦୀର ପାଣି । କେନ୍ଦୁଝର ଜିଲ୍ଲା ଯୋଡା ସହରର ଜୀବନ ରେଖା ଭାବେ ପରିଚିତ ସୁନା ନଦୀର ପାଣି ଏବେ ପ୍ରଦୂଷିତ । ଯେଉଁ ନଦୀ ଖଣି ଖାଦାନର ଲୋକଙ୍କୁ ଆବଶ୍ୟକତା ମେଂଟାଉ ଥିଲା ତାହା ସେହି ନଦୀରେ ଏବେ ବହୁଛି ବିଷ । କେନ୍ଦୁଝର ଜିଲ୍ଲା ଯୋଡା ସହର ଦେଇ ପ୍ରବାହିତ ହେଉଥିବା ସୁନା ନଦୀ ଏବେ ଆବର୍ଜନାମୟ । ଜହର ପାଲଟିଛି ଏବେ ସୁନା ନଦୀର ପାଣି । କଳ କାରଖାନାରୁ ନିର୍ଗତ ଜଳ ଓ ଅଳିଆ ଆବର୍ଜନାରେ ଭରି ରହିଛି ସୁନା ନଦୀ । ଦିନ ଥିଲା ଏହି ପାଣିକୁ ଲୋକେ ପିଇବା ପାଇଁ ବ୍ୟବହାର କରୁଥିଲେ । ହେଲେ, ଏହା ଏବେ ବ୍ୟବହାର ଉପଯୋଗୀ ମଧ୍ୟ ହୋଇ ରହିନାହିଁ ।

ସୁନ୍ଦରଗଡ ଜିଲ୍ଲା କୋଇଡାରୁ ବାହାରିଥିବା ସୁନା ନଦୀ ଯୋଡା ସହର ମଧ୍ୟ ଦେଇ ବୋହିଯାଇଛି । ପାଖାପାଖି ୩ଶହ କିଲୋମିଟର ଅତିକ୍ରମ କରିବା ପରେ ଶେଷରେ ବୈତରଣୀରେ ମିଶିଛି ଏହି ନଦୀ । ହେଲେ,୨ଟି ଜିଲ୍ଲାର କଳ କାରଖାନା ଓ ସହରର ଆବର୍ଜନାରେ ସମ୍ପୁର୍ଣରୂପେ ପ୍ରଦୂଷିତ ହୋଇ ପଡିଛି ଏହାର ପାଣି । ଏହି ସହରଗୁଡିକରେ ଥିବା କଳ କାରଖାନା ମଧ୍ୟରେ ଜଳ ବିଶୋଧନାଗାର ବସାଇବା ଦାବି ହେଉଛି । ଫଳରେ ନଦୀଜଳ ପ୍ରଦୂଷିତ ହେବାରୁ ରକ୍ଷା ପାଇ ପାରିବା ସେପଟେ ନଦୀ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପଦକ୍ଷେପ ଗ୍ରହଣ କରିବ ବୋଲି କହିଚନ୍ତି ପୌରପାଳିକାକୁ କାର୍ଯ୍ୟନିର୍ବାହୀ ଅଧିକାରୀ । ବିଗତ ୧୦ବର୍ଷରେ ସୁନା ନଦୀଜଳ ସର୍ବାଧିକ ପ୍ରଦୂଷିତ ହେବା ସହ କ୍ରମଶଃ ସଂକୁଚିତ ହେବାରେ ଲାଗିଛି । ଯଥାଶୀଘ୍ର ଏହାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ପଦକ୍ଷେପ ନନେଲେ ଆଗକୁ ସୁନା ନଦୀ ତାର ସତା ହରାଇବ ।