ପ୍ରଦୂଷଣକୁ ନେଇ ବିବାଦରେ ଦିଲ୍ଲୀ ଟେଷ୍ଟ ! ପୁଣି ମାସ୍କ ପିନ୍ଧି ମଇଦାନକୁ ଓହ୍ଲାଇଲେ ଖେଳାଳି, ଖେଳାଳିଙ୍କ ମନୋଭାବକୁ ବିସିସିଆଇର ନାପସନ୍ଦ

27

କନକ ବ୍ୟୁରୋ : ପୁଣି ପ୍ରଦୂଷଣକୁ ନେଇ ଦିଲ୍ଲୀ ଟେଷ୍ଟରେ ବିବାଦ । ଆଜି ଫିଲ୍ଡିଂ କରିବା ବେଳେ ବୋଲର ଲକମଲ ପଡିଆ ଭିତରେ ବାନ୍ତି କରିଥିଲେ । ଅନ୍ୟପଟେ ଆଜିର ଖେଳ ଆରମ୍ଭରୁ ୭ ଜଣ ଖେଳାଳି ମୁହଁରେ ମାସ୍କ ପିନ୍ଧି ମଇଦାନକୁ ଆସିଥିଲେ । ପୂର୍ବରୁ ଗତ ଦୁଇ ଦିନ ଧରି ଶ୍ରୀଲଙ୍କା ଖେଳାଳି ବ୍ୟାଟିଂ କରିବା ବେଳେ ମାସ୍କ ପିନ୍ଧି ନଥିଲେ । କିନ୍ତୁ ଫିଲ୍ଡିଂ କରିବାକୁ ଆସିବା ପରେ ମାସ୍କ ପିନ୍ଧିବା ସହ ପ୍ରଦୂଷଣକୁ ଦାୟି କରି ଖେଳକୁ ଦୀର୍ଘ ୧୫ ମିନିଟ ଧରି ଖେଳକୁ ଅଟକାଇ ରଖିଥିଲେ ।

ଏହି ସମୟରେ ବିରାଟ କୋହଲି ନିଜର ତ୍ରିଶତକ ଆଡକୁ ଅଗ୍ରସର ହେଉଥିଲେ । କିନ୍ତୁ ଖେଳ ବାଧା ପ୍ରାପ୍ତ ହେବା ଯୋଗୁଁ କୋହଲି ବିରକ୍ତି ପ୍ରକାଶ କରିଥିଲେ । ସେପଟେ ଦିଲ୍ଲୀ ପ୍ରଦୂଷଣକୁ ଶ୍ରୀଲଙ୍କା ଖେଳାଳି ଦାୟୀ କରିଥିବା ବେଳେ ଏହାକୁ ବିଭିନ୍ନ ମହଲରେ କଡା ସମାଲୋଚନା କରାଯାଇଥିଲା । ଏପରିକି ସୋସିଆଲ ମିଡିଆରେ ମଧ୍ୟ ଶ୍ରୀଲଙ୍କାକୁ କଡା ସମାଲୋଚନା କରାଯାଇଛି । ଏପଟେ ଶ୍ରୀଲଙ୍କା ଖେଳାଳିଙ୍କ ଏପରି କାମ ଭାରତକୁ ବିଶ୍ୱ ଆଗରେ ବଦନାମ କରିଛି । ଏହା ସହ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବିସିସିଆଇକୁ ଦିଲ୍ଲୀ ପ୍ରଦୂଷଣ ନେଇ ସ୍ପଷ୍ଟୀକରଣ ମାଗିଛି । ବିସିସିଆଇ ଶ୍ରୀଲଙ୍କା ବୋର୍ଡ ଓ ଖେଳାଳିଙ୍କ ମନୋଭାବକୁ ନାପସନ୍ଦ କରିଛି ।