ପୁରୀ :ତାଳଦା ପଂଚାୟତରେ ଆସନ୍ତାକାଲି ଶେଷ ପର୍ଯ୍ୟାୟରେ ପଡିବ ଭୋଟ,ବିପଦସଂକୁଳ ଅବସ୍ଥାରେ ଡଙ୍ଗାରେ ପାରି ହେଲେ ପୁଲିଂ ପାର୍ଟି

23

କନକ ବ୍ୟୁରୋ : ଦେବୀ ନଦୀ ପାର ହେଲେ ପୋଲିଂ ପାର୍ଟି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଂଚାୟତରେ ଆସନ୍ତାକାଲି ଶେଷ ପର୍ଯ୍ୟାୟରେ ପଡିବ ଭୋଟ । ଏହି ଦ୍ୱୀପାଂଚଳରେ ଥିବା ୧୬ଟି ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିବେ ସ୍ଥାନୀୟ ବାସିନ୍ଦା । ତେଣୁ ନିର୍ବାଚନ ପରିଚାଳନା କରିବାକୁ ପୁଲିଂ ପାର୍ଟି ବାହାରିଛନ୍ତି ତାଳଦା ପଂଚାୟତ ଅଭିମୁଖେ । ବିପଦସଂକୁଳ ଅବସ୍ଥାରେ ଡଙ୍ଗାରେ ଦେବୀନଦୀ ପାର ହୋଇ ତାଳଦାରେ ପହଂଚିଛନ୍ତି । ମୋଟ ୬୪ଜଣ ପୋଲିଂ ଅଧିକାରୀ ଦେବୀନଦୀ ପାରହେବା ସମୟରେ ସେମାନଙ୍କ ସାଙ୍ଗରେ ଯାଇଛନ୍ତି ଓଡ୍ରାଫ ଟିମ୍ ଓ ସୁରକ୍ଷା କର୍ମୀ ।