ଲାଲଗଡରେ ପୁଲିଂ ଟିମ୍ । ଆକାଶମାର୍ଗରେ ଗଲେ ପୁଲିଂ କର୍ମଚାରୀ । ମାଓ ଅଧ୍ୟୁଷିତ ଅଂଚଳରେ ସୁରକ୍ଷିତ ପହଞ୍ଚିଲା ଇଭିଏମ୍ ଓ ପୁଲିଂ କିଟ୍

ହାତରେ ପୁଲିଂ କିଟ୍ , ମନରେ ଅନେକ ଉତ୍ସାହ । ସ୍ୱାଭିମାନ ଅଂଚଳକୁ କଡା ସୁରକ୍ଷା ଭିତରେ ଏପରି କିଛି ଢଙ୍ଗରେ ଏଥର ପହଁଚିଛନ୍ତି ପୁଲିଂ ଅଫିସର ଓ କର୍ମଚାରୀ

108

କନକ ବ୍ୟୁରୋ: ମାଲକାନଗିରିର ମାଓ ଅଧ୍ୟୁଷିତ ଅଂଚଳରେ ହେଲିକପ୍ଟରରେ ପହଂଚିଲେ ସ୍ୱତନ୍ତ୍ର ପୁଲିଂ ଟିମ୍ । ନକ୍ସଲମାନଙ୍କ କୌଣସି ପ୍ରକାର ଅଘଟଣକୁ ଏଡାଇବାକୁ ସ୍ୱତନ୍ତ୍ର ସୁରକ୍ଷାରେ ସ୍ୱାଭିମାନ ଅଂଚଳକୁ ପହଁଚାଯାଇଛି ପୁଲିଂ ପାର୍ଟିକୁ । ପ୍ରଶାସନର ଏପରି ବ୍ୟବସ୍ଥା ପରେ ପୁଲିଂ ବ୍ୟବସ୍ଥାକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି ଲାଲଗଡରେ ନିୟୋଜିତ ହୋଇଥିଲା ପୁଲିଂ ଅଫିସର ଓ କର୍ମଚାରୀ ।

ଲାଲଗଡରେ ପୁଲିଂ ଟିମ୍ । ଆକାଶମାର୍ଗରେ ଗଲେ ସ୍ୱାଭିମାନ ଅଂଚଳକୁ । ହାତରେ ପୁଲିଂ କିଟ୍ , ମନରେ ଅନେକ ଉତ୍ସାହ । ସ୍ୱାଭିମାନ ଅଂଚଳକୁ କଡା ସୁରକ୍ଷା ଭିତରେ ଏପରି କିଛି ଢଙ୍ଗରେ ଏଥର ପହଁଚିଛନ୍ତି ପୁଲିଂ ଅଫିସର ଓ କର୍ମଚାରୀମାନେ । ମାଓ ଅଧ୍ୟୁଷିତ ଅଂଚଳରେ ପୁଲିଂ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ କରିଥିବା ଏ ଚିତ୍ର ହେଉଛି ମାଲକାନଗିରି ଜିଲ୍ଲାର ।

ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ । ମାଓ ଅଧ୍ୟୁଷିତ ମାଲକାନଗିରିରେ ପଡିବ ଭୋଟ୍ । ମତଦାନକୁ ସୁରୁଖୁରୁରେ ଶେଷ କରିବାକୁ ପୋଲିସ ପ୍ରଶାସନ ଗ୍ରହଣ କରିଛି କଡା ସୁରକ୍ଷା ବ୍ୟବସ୍ଥା । ବିଭିନ୍ନ ଅଂଚଳରେ ଆଗୁଆ ମୁତୟନ ହୋଇଛନ୍ତି ବିଏସଏଫ୍ ଜବାନ । ତେବେ ଚିନ୍ତା ଥିଲା ଲାଲଗଡର କେମିତି ସୁରକ୍ଷିତ ପହଁଚିବେ ପୁଲିଂ କର୍ମଚାରୀ ? କେମିତି ପହଁଚିବ ପୁଲିଂ ସାମଗ୍ରୀ ? କୌଣସି ଅଘଟଣ ଏଡାଇବାକୁ ଝଖହ ଆକାଶମାର୍ଗରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସମସ୍ତ ପୁଲିଂ କର୍ମଚାରୀଙ୍କୁ ପହଁଚାଇ ଦିଆଯାଇଛି ପୁଲିଂ ସେଂଟରରେ । ପ୍ରଥମେ ବେସ କ୍ୟାମ୍ପରେ ପହଁଚିବା ପରେ ସମସ୍ତ କର୍ମଚାରୀ ଯୁବେ ପୁଲିଂ ବୁଥ ଗୁଡିକୁ ।

ତେବେ ଚଳିତ ବର୍ଷ ନିର୍ବାଚନ ପାଇଁ ଏପରି ବ୍ୟବସ୍ଥା ଦେଖି ବେଶ୍ ଖୁସି ହୋଇଛନ୍ତି ପୁଲିଂ କର୍ମଚାରୀ । କହିଛନ୍ତି ମନରେ ଭୟ ନାହିଁ । କୁନ୍ତୁରିପଦର ବେସ୍ କ୍ୟାମ୍ପକୁ ଏମିତି ୪ ଥରରେ ପହଁଚିଛନ୍ତି ସମସ୍ତ ପୁଲିଂ ସାମଗ୍ରୀ ଓ କର୍ମଚାରୀ । ପରେ କଡା ସୁରକ୍ଷା ବଳୟ ମଧ୍ୟରେ ବିଭିନ୍ନ ବୁଥକୁ ଯିବା ବ୍ୟବସ୍ଥା କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ ।