ନୟାଗଡ : ନିର୍ବାଚନ କାର୍ଯ୍ୟରେ ଯୋଗ ନ’ଦେବାରୁ ପୋଲିଂ ଅଫିସର ନିଲମ୍ବିତ

38

କନକ ବ୍ୟୁରୋ : ଇଲେକ୍ସନ୍ ଡ୍ୟୁଟିରେ ଯୋଗ ନ’ଦେବାରୁ ଅଫିସର ନିଲମ୍ବିତ । ପଂଚାୟତ ନିର୍ବାଚନ ପାଇଁ ପୋଲିଂ ପାର୍ଟିରେ ଯୋଗ ନଦେବାରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ନୟାଗଡ ଜିଲ୍ଲା ଓଡଗାଁ ବ୍ଲକରେ ଘଟିଛି ଏଭଳି ଘଟଣା । ପୋଲିଂ ବୁଥ୍ ମାନଙ୍କୁ ଯିବା ପାଇଁ ଗତକାଲି ଓଡଗାଁ ବ୍ଲକ କାର୍ଯ୍ୟାଳୟରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟରେ କିଛି କର୍ମଚାରୀ ପହଂଚି ନ’ଥିଲେ । ଯାହାଦ୍ୱାରା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିଲା । ଫଳରେ ଯେଉଁ କର୍ମଚାରୀମାନେ ପୋଲିଂ ପାର୍ଟିରେ ଯୋଗ ଦେଇନାହାନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ନିର୍ଦ୍ଦେଶ ଉଲଂଘନ କରିଥିବା କର୍ମଚାରୀମାନଙ୍କ ତାଲିକା ପ୍ରକାଶ କରାଯାଇଛି । ଏହା ସହ ସଂପୃକ୍ତ କର୍ମଚାରୀମାନଙ୍କୁ ସସପେଣ୍ଡ କରିବା ପାଇଁ ସେମାନଙ୍କ କଂଟ୍ରୋଲିଂ ଅଫିସରଙ୍କୁ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।