ପ୍ରତାପଙ୍କ ପଛେ ପଛେ ପଦ ପାଇବାର ଚର୍ଚ୍ଚା । ଖଣ୍ଡନ ଆଉ ନୂଆ ସମୀକରଣ ଭିତରେ ଅଟକିଛି ବିଜେପି ରାଜନୀତି

54

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ନେଇ ରାଜ୍ୟ ବିଜେପି ଜୋରଦାର ରାଜନୀତି ପ୍ରସ୍ତୁତ କରୁଥିବା ବେଳେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀଙ୍କୁ ନେଇ ରାଜନୈତିକ ମହଲରେ ହଟଚମଟ । ପ୍ରତାପ ଷଡଙ୍ଗୀଙ୍କ ତିନିଦିନିଆ ଦିଲ୍ଲୀ ଗସ୍ତ ଓ ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏବଂ ଅନ୍ୟ କେନ୍ଦ୍ର ନେତୃତ୍ୱ ସହ ଆଲୋଚନାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଆଗାମୀ ଦିନରେ ରାଜ୍ୟ ବିଜେପି ସଂଗଠନରେ ବଡ ଧରଣର ଅଦଳବଦଳ ହେବା ନେଇ ଆକଳନ ହେଉଛି । କୁହାଯାଉଛି, ପ୍ରତାପ ଷଡଙ୍ଗୀଙ୍କୁ କୌଣସି ବଡ ସାଂଗଠନିକ ଦାୟିତ୍ୱ ମିଳିପାରେ ।

ଅନ୍ୟପଟେ ସାଂଗଠନିକ ପରିବର୍ତନ ଚର୍ଚ୍ଚାକୁ ଅସ୍ୱୀକାର କରିଛନ୍ତି ପ୍ରତାପ । ଦିଲ୍ଲୀକୁ ଏକ ଦଳୀୟ ବ୍ୟାପାରରେ ଯାଇଥିବା କହିଛନ୍ତି ବିଜେପିର ଏହି ବରିଷ୍ଠ ନେତା । ସେପଟେ ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି ସଭାପତି ବଦଳିବାର ପ୍ରଶ୍ନ ଉଠୁନାହିଁ । ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଦଳ ସାମନା କରିବ ସାଧାରଣ ନିର୍ବାଚନ । ଏପରିକି ମିଶନ ୧୨୦ରେ ସଫଳ ମଧ୍ୟ ହେବ ।