ଚିଲିକା ‘ୱାଟର ଏରୋଡ୍ରମ’ ପଲିଟିକ୍ସ । ପ୍ରକଳ୍ପକୁ ନେଇ ବିଜେଡି ଉଠାଇଲା ପ୍ରଶ୍ନ , ଜବାବ ରଖିଲା ବିଜେପି

29

କନକ ବ୍ୟୁରୋ: ଚିଲିକାରେ ୱାଟର ଏରୋଡ୍ରମ ନିର୍ମାଣକୁ ନେଇ ବିଜେଡି ବିଜେପି ମୁହାଁ ମୁହିଁ । ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ଏହି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସିପ୍ଲେନ୍ ଅବତରଣ କରିବା ପାଇଁ ୱାଟର ଏରୋଡ୍ରମ ହେବା ଦ୍ୱାରା ଚିଲିକାର ଜୈବ ବିବିଧତା ପ୍ରଭାବିତ ହେବ । କେବଳ ଏତିକି ନୁହେଁ ଚିଲିକା ଉପରେ ନିର୍ଭର କରୁଥିବା ୨ଲକ୍ଷରୁ ଉର୍ଦ୍ଧ ମତ୍ସ୍ୟଜୀବି ପରିବାର ପ୍ରଭାବିତ ହେବେ । ତେଣୁ କେନ୍ଦ୍ର ସରକାର କିଛି ନିଷ୍ପତି ନେବା ପୂର୍ବରୁ ଭଲ ଭାବରେ ପୁର୍ନବିଚାର କରିବା ଆବଶ୍ୟକ । ଚିଲିକାରେ ୱାଟର ଏରୋଡ୍ରମ ସ୍ଥାପନ କରିବା ପାଇଁ କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ୨ ଦିନ ତଳେ ନିଷ୍ପତି ନେଇଥିଲେ ।

ସପଟେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସି-ପ୍ଲେନ ପ୍ରସଙ୍ଗରେ ମହେଶ୍ୱର ମହାନ୍ତି କହିଛନ୍ତି ଯେ, ଚିଲିକାର ଜୈବ ବିବିଧତତାକୁ ପ୍ରଭାବିତ କରୁଥିବ କୌଣସି ପ୍ରକଳ୍ପକୁ କରିବା ଅନୁଚିତ ହେବ । ବିଶ୍ୱର ପ୍ରାକୃତିକ ଜୈବ ବିବିଧତାର ଉର୍ତ୍ସ ଚିଲିକାକୁ ପ୍ରଭାବିତ କରି ଏରୋପ୍ଲେନ ଉଡାଇବା କିଛି ଆବଶ୍ୟକ ନାହିଁ । ସେହିପରି ପର୍ଯ୍ୟଟନମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ ଏବାବଦରେ ଆମ ପାଖରେ କୌଣସି ତଥ୍ୟ ନାହିଁ । ଯଦି ଏଭଳି କିଛି ପ୍ରକଳ୍ପ ହୁଏ ଯାହା ଜୈବ ବିବିଧତାକୁ ପ୍ରଭାବିତ କରିବ ତେବେ ତେବେ କେନ୍ଦ୍ର ସରକାର କରିବାକୁଥିବା ଏହି ପ୍ରକଳ୍ପ ବାବଦରେ ବିଚାର ବିମର୍ଶ କରିବା ଦରକାର ।

dharmendra pradhanଏହାର ଜବାବରେ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ କହିବା କଥା ଏହି ପ୍ରକଳ୍ପ ଦ୍ୱାରା ଯୁବପିଢ଼ୀଙ୍କୁ ନିଯୁକ୍ତି ମିଳିବ । ଏହାସହ ପର୍ଯ୍ୟଟନସ୍ଥଳୀକୁ ଅଧିକ ବିକାଶ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ତେବେ ଜୈବବିବିଧତାକୁ ନେଇ ଯେଉଁ ତର୍କ ଉଠୁଛି ,ତାକୁ ନେଇ କେନ୍ଦ୍ର ଏକ ବିଶେଷଜ୍ଞ ଦଳ ଗଠନ କରିଛନ୍ତି । ସେମାନେ ଚିଲିକାର ଜୈବ ବିବିଧତାକୁ ଅନୁଧ୍ୟାନ କରି ରିପୋର୍ଟ ଦେବେ । ତେଣୁ ବିରୋଧ କରିବା ବହାନାରେ ବିରୋଧ କରୁଛନ୍ତି ବୋଲି ପରୋକ୍ଷରେ ବିଜେଡିକୁ ଇଙ୍ଗିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।