ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ରାଜନୀତି ! କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ, କହିଲେ ୟୁପିଏ ସରକାର ସମୟରେ ସେନା ପାଖରେ ନଥିଲା ଅସ୍ତ୍ରଶସ୍ତ୍ର ।

121

୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ସେତିକି ବଢିବାରେ ଲାଗିଛି । ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉଫରେ ଚର୍ଚ୍ଚା କରିବା ସମୟରେ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକକୁ ନେଇ କଂଗ୍ରେସ କହିଥିଲା ଯେ, ୟୁପିଏ ସରକାର ସମୟରେ ମଧ୍ୟ ଅନେକ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା । ମୋଦି ଏହାକୁ କାଉଣ୍ଟର କରିବା ସହ କହିଛନ୍ତି ଯେ, କଂଗ୍ରେସ କେଉଁ ମୁହଁରେ ସର୍ଜିକାଲ ଷ୍ଟ୍ରାଇକର କଥା କହୁଛି । ୟୁପିଏ ସରକାର ସମୟରେ ଦେଶର ଅବସ୍ଥା ଏପରି ଥିଲା ଯେ, ସେନା ପାଖରେ ଆବଶ୍ୟକ ଅନୁଯାୟୀ, ଅସ୍ତ୍ରଶସ୍ତ୍ର ନଥିଲା । ଯବାନ ମାନଙ୍କର ମନୋବଳ ସବୁବେଳେ ନିରାଶ ହୋଇରହୁଥିଲା । ସେମାନଙ୍କୁ ଆଦେଶ ଦେବା ପାଇଁ କେହି ନଥିଲେ । 

ତେବେ ନିର୍ବାଚନୀ ବର୍ଷରେ ସର୍ଜିକାଲ ଷ୍ଟ୍ରାଇକକୁ ନିଜ ପ୍ରଚାର ଇସ୍ତାହାରରେ ସାମିଲ କରି ବିଜେପି ଲୋକଙ୍କ ଭୋଟ ହାତେଇବାକୁ ପ୍ରୟାସ କରୁଥିବା କଂଗ୍ରେସ ପକ୍ଷରୁ କୁହାଯାଉଥିବା ବେଳେ, ଏହାକୁ ନେଇ କଂଗ୍ରେସକୁ ମୋଦି କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଭାରତୀୟ ସେନାକୁ ଶକ୍ତିଶାଳୀ କରିବା ପାଇଁ କଂଗ୍ରେସ ସରକାର ପକ୍ଷରୁ କେବେହେଲେ ଉଦ୍ୟମ କରାଯାଇନାହିଁ । ଏପରିକି ସେନା ମାନଙ୍କର ଜରୁରୀ ଆବଶ୍ୟକତାକୁ ମଧ୍ୟ କଂଗ୍ରେସ ଅଣଦେଖା କରିଥିଲା । ଯେଉଁଥିପାଇଁ କଂଗ୍ରେସକୁ ଦେଶ କେବେ କ୍ଷମା କରିବନାହିଁ ବୋଲି ମୋଦି କହିଛନ୍ତି ।