ବିଜେଡି ବିଧାୟକଙ୍କୁ ଗିରଫଦାରୀ ପରେ ଜୋର ଧରିଲା ରାଜନୀତି ! ବିଜେଡି କହିଲା ରାଜନୈତିକ ଉଦେଶ୍ୟରେ କରାଯାଇଛି ଗିରଫ

31

କନକ ବ୍ୟୁରୋ : ଓଡ଼ିଶାର ବିଜେଡି-ବିଜେପି ରାଜନୈତିକ ଯୁ୍ଦ୍ଧରେ ନୂଆ ମୋଡ଼ ଆସିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ, ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନୀ ଯୁ୍ଦ୍ଧରେ ଓଡ଼ିଶା ଦଖଲ ପାଇଁ ଚାଲିଥିବା ଅଭିଯାନରେ ପ୍ରଭାବ ବିଶ୍ୱାଳଙ୍କ ଗିରଫଦାରୀ ପ୍ରତିଶୋଧମୂଳକ ଏବଂ ମୁକାବିଲାମୂଳକ ରାଜନୀତିକୁ ଆହୁରି ତୀବ୍ର କରିଛି ।

ବିଜେଡି ଖୋଲାଖୋଲି ଅଭିଯୋଗ ଆଣୁଛି, ରାଜନୈତିକ ଅଭିସନ୍ଧି ରଖି, ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ ଗିରଫ କରାଯାଇଛି । କାରଣ ୩ ବର୍ଷ ଧରି ପଚରାଉଚରା କରୁଥିଲେ ବି କାହିଁକି, ବିଜେଡିର କେନ୍ଦ୍ର ବିରୋଧୀ ଆନ୍ଦୋଳନ ପରେ ଗିରଫ କରାଗଲା ସେ ନେଇ ପ୍ରଶ୍ନ କରିଛି ।

ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ପରେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କଥାକୁ ମନେ ପକାଇଛି ବିଜେଡି । କହିଛି- ଶାହା କହିଥିଲେ ଜଣକ ପରେ ଜଣଙ୍କୁ ଜେଲ ପଠାଯିବ । ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀର ସମୟକୁ ନେଇ ଉଠିଛି ସବୁଠାରୁ ବଡ ପ୍ରଶ୍ନ । ସତରେ କ’ଣ ବିଜେପି ଇସାରାରେ କାମ କରିଛି ସିବିଆଇ ନା’ ଏହା ଏକ ସଂଯୋଗମାତ୍ର ?