ଓଡ଼ିଆ ବିଶ୍ୱବିଦ୍ୟାଳୟରେ କାହାକୁ ନାମ ଲେଖାଇବା ପାଇଁ କହିଲେ ନିରଞ୍ଜନ, ଜାଣିବା ପାଇଁ ପଢ଼ନ୍ତୁ ।

33

କନକ ବ୍ୟୁରୋ: ଓଡ଼ିଆ ବିଶ୍ୱବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ ପରେ ତେଜିଲା ରାଜନୀତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସତ୍ୟବାଦୀର ବକୁଳବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିଥିବାରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଧନ୍ୟବାଦ ଦେବାସହ ନବୀନଙ୍କୁ କଟାକ୍ଷ କରିଛନ୍ତି ।

niranjanନିରଞ୍ଜନ କହିଛନ୍ତି ଯେ, ଓଡ଼ିଆ  ବିଦ୍ୟାଳୟରରେ ଆଡମିଶନ ନିଅନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାରଣ ମୁଖ୍ୟମନ୍ତ୍ରୀ ଦୀର୍ଘ ୧୮ ବର୍ଷ ଶାସନ ପରେ ମଧ୍ୟ ଓଡ଼ିଆ ଶିଖିପାରିଲେ ନାହିଁ ତେଣୁ ବିଶ୍ୱବିଦ୍ୟାଳୟର ପ୍ରଥମ ଛାତ୍ର ଭାବେ ଆଡମିସନ କରିବାକୁ ପରାମର୍ଶ । ଏହାସହ ଓଡିଆରେ କହି ପାରୁନଥିବା କିଛି ସେବା ଅଧିକାରୀମାନଙ୍କୁ ମଧ୍ୟ ଏହି ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ଦିଆଯାଉ । ତେବେ ଗୋଟିଏ ପଟେ ଧନ୍ୟବାଦ ଦେବା ସହ ଏଭଳି କଟାକ୍ଷ କରି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସେପଟେ ଏହାର ଜାବବ ରଖିଛି ବିଜେଡ଼ି । ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ପିସିସି ସଭାପତିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନବୀନ ବାବୁଙ୍କର ଓଡିଆ ଭାଷା ପ୍ରତି ମମତା ଓ ପ୍ରତିବଦ୍ଧତା ରହିଛି । ତାଙ୍କ ସମୟରେ ଓଡିଆ ଭାଷାର ଶାସ୍ତ୍ରୀୟତା ମାନ୍ୟତା ପାଇଛି । ଯଦି ପିସିସି ସଭାପତିଙ୍କ ଓଡ଼ିଆ ଭାଷା ପ୍ରତି ଏତେ ଭଲପାଇବା ଅଛି ତେବେ ପୂର୍ବରୁ କଂଗ୍ରେସ ସରକାରରେ ମନ୍ତ୍ରୀ ଥିବାବେଳେ କାହିଁକି ଓଡ଼ିଆ ବିଶ୍ୱବିଦ୍ୟାଳୟର ପରିକଳ୍ପନା କରିନଥିଲେ  । ଏଭଳି ମୁଖ୍ୟମନ୍ତ୍ରୀଙ୍କୁ କହିବା କଂଗ୍ରେସର ହତାଶା ସ୍ପଷ୍ଟ ଜଣାପଡ଼ୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।