କାଳିଆ ଯୋଜନାକୁ ଓଡିଶା ସଂସ୍କୃତି ସହ ଯୋଡ଼ିଲେ ନିରଞ୍ଜନ ! କହିଲେ, ରାଜ୍ୟ ସରକାରଙ୍କୁ ଜଣା ନାହିଁ ଓଡିଶାର ସଂସ୍କୃତି, ଚାଷ କଥା କାଳିଆ ନୁହେଁ ବଳଭଦ୍ର ବୁଝନ୍ତି । 

ଓଡିଶାର ସଂସ୍କୃତି ଓ ପରମ୍ପରା ବିଷୟରେ ରାଜ୍ୟ ସରକାରଙ୍କ କୌଣସି ଜ୍ଞାନ ନାହିଁ ! କାଳିଆ ଯୋଜନାକୁ ନେଇ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟନାୟକ ।

140

କନକ ବ୍ୟୁରୋ: ଓଡିଶାର ସଂସ୍କୃତି ଓ ପରମ୍ପରା ବିଷୟରେ ରାଜ୍ୟ ସରକାରଙ୍କ କୌଣସି ଜ୍ଞାନ ନାହିଁ ! କାଳିଆ ଯୋଜନାକୁ ନେଇ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟନାୟକ । ସେ କହିଛନ୍ତି ଚାଷ କାମ କାଳିଆ ନୁହେଁ ବଳିଆ ବୁଝିଥାନ୍ତି । ତେଣୁ ଏହା ଏକ ଅବାସ୍ତବ ପ୍ରସ୍ତାବ । 

୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ରାଜ୍ୟରେ ଚାଷୀଙ୍କ ପାଇଁ ଋଣ ଛାଡ ହେବ କି ନାହିଁ ପ୍ରଶ୍ନ ଉଠୁଥିବା ବେଳେ ନବୀନ ସରକାର ଚାଷୀଙ୍କ ପାଇଁ ନୁଆ ଯୋଜନା ଆଣିଛିନ୍ତି । ଯାହାକୁ ନେଇ ବିରୋଧୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । ରାଜ୍ୟରେ କ୍ଷମତାକୁ ଆସିଲେ କଂଗ୍ରେସ ଏବଂ ବିଜେପି ଚାଷୀ ଋଣ ଛାଡ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଉଥିବା ବେଳେ ଚାଷୀଙ୍କ ପାଇଁ କାଳିଆ ଯୋଜନା ଘୋଷଣା କରି ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ଏହାକୁ ଗ୍ରହଣ କରିପାରି ନାହାଁନ୍ତି ବିରୋଧୀ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନବୀନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ରାଜ୍ୟ ସରକାରଙ୍କୁ ଓଡିଶାର ସଂସ୍କୃତି ଓ ପରମ୍ପରା ସଂମ୍ପର୍କରେ କିଛିବି ଜଣା ନାହିଁ । ସେଥିପାଇଁ ସେ ଆଣିଥିବା ଯୋଜନାର ନାଁ କାଳିଆ ରଖିଛନ୍ତି । ବାସ୍ତବ କଥା ହେଉଛି ଚାଷ କଥା କାଳିଆ(ଜଗନ୍ନାଥ) ନୁହେଁ ବଳରାମ ବୁଝନ୍ତି । ତେଣୁ ଏହି ଯୋଜନାର କୌଣସି ମୂଲ୍ୟ ନାହଁ । ସେ ଏହା ମଧ୍ୟ କହିଛନ୍ତି କି, ୧୮ ବର୍ଷ ଶାସନ କାଳରେ କୃଷିଙ୍କ ଦୁଃଖ ରାଜ୍ୟ ସରକାରଙ୍କୁ ଦେଖା ଯାଉନଥିଲା । ଏବେ ତିନୋଟି ରାଜ୍ୟର ଫଳାଫଳ ଦେଖିବା ପରେ ରାଜ୍ୟ ସରକାର ଅସ୍ଥିର ହୋଇ ଯୋଜନା ଉପରେ ଯୋଜନା ଘୋଷଣା କରୁଛନ୍ତି ।