ମାଲକାନଗିରି : ଜାପାନୀ ଜ୍ୱରରେ ମୃତ୍ୟୁ ସଂଖ୍ୟା କେତେ । ବର୍ତ୍ତମାନ କେତେଜଣ ଆକ୍ରାନ୍ତ ହୋଇଛନ୍ତି ଏହି ମାରାତ୍ମକ ରୋଗରେ । ଏ ଖବର କାହା ପାଖରେ ନାହିଁ। କେଉଁଦିନ ୩, କେଉଁଦିନ ୪ । ଗତମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେଲା ମୃତ୍ୟୁର ବିଭିଷୀକା । ଗୋଟିଏ ପରେ ଗୋଟିଏ କଅଁଳା ମୁଣ୍ଡ ଗଡିଲା ମାଲକାନଗିରି ଜିଲ୍ଲାରେ । ସାରା ଜିଲ୍ଲାରେ ବେକାବୁ ହେଲା ଜାପାନୀ ଜ୍ୱର ।
ମେଡିକାଲରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ନେଇ ସରକାର ହିସାବ କରୁଥିବା ବେଳେ ଅଭିଯୋଗ ହୋଇଛି ଏ ସଂଖ୍ୟା ଠାରୁ ଢେର୍ ଅଧିକ ଗାଁ ଗହଳିରେ ହୋଇଥିବା ମୃତ୍ୟୁ ସଂଖ୍ୟା। ସେପଟେ ସଂଖ୍ୟାକୁ ନେଇ ରାଜନୀତି ଆରମ୍ଭ କରି ଦେଇଛନ୍ତି ବିରୋଧୀ। ଏପରିକି କଂଗ୍ରେସ୍ ନେତା ପ୍ରଦୀପ ମାଝୀ କହିଛନ୍ତି ମେଡିକାଲରେ ଭର୍ତିି ହୋଇଥିବା ୨୩ ଶିଶୁ ନିଖୋଜ ଅଛନ୍ତି। ସେପଟେ ପ୍ରଦୀପ ମାଝୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ।
Comments are closed.