ପୋଲିସ-ଆଇନଜୀବୀ ବିବାଦରେ ଲାଗିଲା ରାଜନୀତି ନିଆଁ । ମୁହାଁମୁହିଁ ହେଲେ ବିଜେଡ଼ି-ବିଜେପି ।

ବିଜେଡ଼ିର ଅଭିଯୋଗ ଆନ୍ଦୋଳନ ପାଇଁ ଫଣ୍ଡିଙ୍ଗ୍ କରୁଛି ବିଜେପି । ରାଜ୍ୟରେ ଏକମାତ୍ର ଦଳ ଯିଏ ସବୁବେଳେ ଆନ୍ଦୋଳନକୁ ଉସକାଉଛି ବୋଲି କହି ବିଜେପିକୁ ନିଶାନା କହିଛନ୍ତି ଦେବାଶିଷ

104

କନକ ବ୍ୟୁରୋ: ଆଇନଜୀବୀଙ୍କ ଆନ୍ଦୋଳନ ନେଇ ବିରୋଧୀ ବିଜେପିକୁ ଟାର୍ଗେଟ କଲେ ବିଜେଡ଼ି ମୁଖପାତ୍ର ଦେବାଶିଷ ସାମନ୍ତରାୟ । ଆଇନଜୀବୀଙ୍କ ଆନ୍ଦୋଳନରେ ରାଜନୀତି ପସିଲାଣି । ଏପରିକି ଏକ ନିର୍ଦ୍ଦିଷ୍ଟ ଦଳକୁ ଆଇନଜୀବୀଙ୍କ ଆନ୍ଦୋଳନ ପାଇଁ ଦାୟୀ କରି ଦୋଷ ଲଦିଛନ୍ତି ଦେବାଶିଷ । କାରଣ ଦେବାଶିଷଙ୍କ କହିବା କଥା ଏକ ନିର୍ଦ୍ଦିଷ୍ଟ ଦଳ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଫଣ୍ଡିଙ୍ଗ୍ କରୁଛି । ପୂର୍ବରୁ ଶିକ୍ଷକ ଓ ରାଜ୍ୟରେ ହେଉଥିବା ବିଭିନ୍ନ ଆନ୍ଦୋଳନ ପାଇଁ ଉସୁକାଉ ଥିବା ଦଳ ଏଥିପାଇଁ ଦାୟୀ ବୋଲି ବିଜେପିକୁ କାଠଗଡ଼ାକୁ ଟାଣିଛନ୍ତି ଦେବାଶିଷ ।

ସେପଟେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ପାଲଟା ଜବାବ ରଖିଛନ୍ତି । ଏବଂ କହିଛନ୍ତି ଯେ, ୨ ମାସ ଧରି ଓକିଲମାନେ ଆନ୍ଦୋଳନ କରୁଛନ୍ତି କିନ୍ତୁ କଟକ ସହର ବିଧାୟକଭାବେ ତାଙ୍କର ନୈତିକତାକୁ ନିର୍ବାହ କରିଛନ୍ତି କି? ତା ବଦଳରେ ୨୫ ପ୍ଲାଟୁନ ପୋଲିସ ଓ କିଛି ନକଲି ଆଇନଜୀବୀଙ୍କୁ ସାଥିରେ ନେଇ ହାଇକୋର୍ଟ ଭଳି ନ୍ୟାୟ ମନ୍ଦିରକୁ ପଶି ସମାଧାନ କରିବା ପାଇଁ ଉଦ୍ୟମ କରିବା ଲୋକଦେଖାଣିଆ ବୋଲି କହିଛନ୍ତି ସମୀର ମହାନ୍ତି ।