ନିର୍ବାଚନ ପୂର୍ବରୁ ରାଜନୀତି ରୋଷେଇ ! ଉଜ୍ଜଳା ପାଇଁ ହିଞ୍ଜିଳିରେ ମହାଶ୍ୱେତା ଓ ପିଙ୍କିଙ୍କ ରୋଷେଇରାଣୀ ପ୍ରତିଯୋଗିତା

235

କନକ ବ୍ୟୁରୋ : ଚର୍ଚ୍ଚାରେ ଅଭିନେତ୍ରୀରୁ ରାଜନେତା ବନିଥିବା ମହାଶ୍ୱେତା ଓ ପିଙ୍କି ପ୍ରଧାନଙ୍କ ରୋଷେଇ ପ୍ରତିଯୋଗିତା । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସାଉଁଳେୟୀଠାରେ ଉଜ୍ୱଳା ସ୍ୱାଭିମାନ ଉତ୍ସବ ପାଳନ ହୋଇଛି । ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ମହିଳାଙ୍କ ସହ ଆଲୋଚନା କରିଥିଲେ । ତେବେ ସବୁଠୁ ଅଧିକ ଆକର୍ଷଣ ସାଉଁଟିଥିଲା ମହାଶ୍ୱେତା ଓ ପିଙ୍କି ପ୍ରଧାନଙ୍କ ରୋଷେଇ ।

କାର୍ଯ୍ୟକ୍ରମରେ ରୋଷେଇରାଣୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଓ ମହାଶ୍ୱେତା ରାୟ ଯୋଗ ଦେଇଥିଲେ । ସେପଟେ ପଂଚାୟତ ନିର୍ବାଚନ ପରେ ପିଙ୍କିଙ୍କୁ ଗଞ୍ଜାମରେ ଅଧିକ ଦେଖିବାକୁ ମିଳୁଛି । ପିଙ୍କି ପ୍ରଧାନଙ୍କ ନିଜ ଗାଁ ହିଞ୍ଜିଳି ନିର୍ବଚନ ମଣ୍ଡଳୀରେ ହୋଇଥିବା କାରଣରୁ ସେ ଆଗାମୀ ୨୦୧୯ ମସିହାରେ ହିଞ୍ଜିଳି କିମ୍ବା ଆସିକାରୁ ନିର୍ବାଚନ ଲଢିବାର ଅନୁମାନ କରିଛନ୍ତି ରାଜନୈତିକ ବିଶାରଦ ।