ସିନେମା ପ୍ରେମରେ ନେତାଙ୍କ ସନ୍ତାନ ! ରାଜନୀତିକୁ ପଛ କରି ବଡ ପରଦାରେ ଭାଗ୍ୟ ପରୀକ୍ଷା

49

ରୂପେଲି ପରଦାର ରଙ୍ଗୀନ୍ ଦୁନିଆ ସମସ୍ତଙ୍କୁ ପସନ୍ଦ । ସବୁ କ୍ଷେତ୍ର ଏବଂ ସବୁ ବର୍ଗର ଲୋକଙ୍କୁ ଏହି ରଙ୍ଗୀନ୍ ଦୁନିଆକୁ ଆସିବା ପାଇଁ ଇଛା ଥାଏ । ଆଉ ଏଥିରୁ ବାଦ୍ ପଡି ନାହାଁନ୍ତି ରାଜନେତାଙ୍କ ସନ୍ତାନ । ଏବେ ନଜର ପକାନ୍ତୁ ଏମିତି କିଛି ଅଭିନେତାଙ୍କ ଉପରେ ଯେଉଁମାନେ ରାଜନୈତିକ ପରିବାରୁ ଆସିଛନ୍ତି ।

ରିତେଶ୍ ଦେଶମୁଖ୍ :
ରାଜନୈତିକ ପରିବାରରୁ ଆସିଥିବା ଅଭିନେତା ମାନଙ୍କ ମଧ୍ୟରେ ରିତେଶ ଦେଶମୁଖ୍ ଏକ ମାତ୍ର ସଫଳ ନାୟକ । ରିତେଶ୍ ଦିବଙ୍ଗତ ରାଜନେତା ବିଳାଶ ଦେଶମୁଖଙ୍କ ପୁଅ । ବିଳାଶ ଦେଶମୁଖ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ୍ ଶାସନ ସମୟରେ କେନ୍ଦ୍ରୀୟ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ରିତେଶ୍ ୨୦୦୩ରେ ସିନେମା ‘ତୁଝେ ମେରି କସମ୍’ କରିଆରେ ବଲିଉଡରେ ପାଦ ରଖିଥିଲେ ।

ନେହା ଶର୍ମା :
୨୦୧୦ରେ ଇମ୍ରାନ୍ ହାସମୀଙ୍କ ବିପକ୍ଷରେ ସିନେମା ‘କ୍ରୁକ୍’ରେ ଅଭିନୟ କରି ବଲିଉଡରେ ଅଭିନୟ ଆରମ୍ଭ କରିଥିଲେ ନେହା । ନେହା କଂଗ୍ରେସ୍ ବିଧାୟକ ଅଜିତ୍ ଶର୍ମାଙ୍କ ଝିଅ । ନେହା ୨୦୧୬ରେ ଆସିଥିବା ସିନେମା ‘ତୁମ ବିନ୍ – ୨’ରେ ମୁଖ୍ୟ ଭୁମିକାରେ ନଜର ଆସିଥିଲେ । ହିନ୍ଦି ବ୍ୟତୀତ ନେହା ଅନେକ ତେଲୁଗୁ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି ।

ଅରୁନ୍ଦୋୟ ସିଂହ :
୨୦୧୧ରେ ଆସିଥିବା ସିନେମା ‘ୟେ ଶାଲି ଜିନ୍ଦେଗୀ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଅରୁନ୍ଦୋୟ । ସେ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ଦିବଙ୍ଗତ ନେତା ଅର୍ଜୁନ ସିଂହଙ୍କ ନାତି । ଅର୍ଜୁନ ସିଂହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ଭାବରେ ମଧ୍ୟ ଦୟିତ୍ୱ ତୁଲାଇଥିଲେ । ଅରୁନ୍ଦୋୟ ୨୦୦୯ରେ ସିନେମା ‘ସିକନ୍ଦର’ରୁ ଡେବ୍ୟୁ କରିଥିଲେ । ଏହା ସହ ‘ଜିସ୍ମ – ୨’, ‘ମେ ତେରା ହିରୋ’ ଏବଂ ମହେଞ୍ଜୋଦାରୋ’ରେ ମଧ୍ୟ ନଜର ଆସିଥିଲେ ।

ଚିରାଗ୍ ପାଶୱାନ୍ :
ଚିରାଗ୍ ବଲିଉଡର ସିନା ଚିରାଗ୍ ହୋଇପାରିଲନି କିନ୍ତୁ ତାଙ୍କ ରାଜନୈତିକ କ୍ୟରିୟରରୁ ବେଶ୍ ଆଶା ରଖିଛନ୍ତି ବାପା ରାମବିଳାଶ୍ ପାଶୱାନ୍ । ଚିରାଗ୍ ୨୦୧୧ରେ ‘ମିଲେ ନା ମିଲେ’ରୁ ଡେବ୍ୟୁ କରିଥିଲେ । ସିନେମାଟି ସୁପରଫ୍ଲପ୍ ହେବାରୁ ଚିରାଗ୍ ମୁମ୍ବାଇ ଛାଡି ବିହାର ଫେରିଯାଇଥିଲେ । ପରେ ରାଜନୀତିରେ କ୍ୟାରିୟର୍ ଆରମ୍ଭ କରିଥିଲେ ଏବେ ଜମୁଇ ସାସଂଦ ଅଛନ୍ତି ।

ଉଦୟନିଧି :
ତାମିଲ୍ ସିନେମାର ଅଭିନେତା ତଥା ପ୍ରଯୋଜକ ଉଦୟନିଧି ଏମ. କରୁଣାନିଧିଙ୍କ ନାତି । ସିନେମା ଦୁନିଆରେ ସେ ପ୍ରଯୋଜକ ଏବଂ ବିତରକ ଭାବରେ ପାଦ ରଖିଥିଲେ ।