ଶେଷ ପର୍ଯ୍ୟାୟରେ ଭୋଟ୍ ଦେଉଛନ୍ତି ହେଭିୱେଟ୍: ସାଧାରଣ ଭୋଟରଙ୍କ ଭଳି ଧାଡିରେ ଅପେକ୍ଷା କରି ନିଜ ମତଦାନ ସାବ୍ୟସ୍ତ କଲେ ଦେଶର ବଡ ବଡ ନେତା

70

କନକ ବ୍ୟୁରୋ: ଆଜି ଚାଲିଛି ଶେଷ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କୁ ଦେଖିବାକୁ ମିଳିଛି ଭୋଟରଙ୍କ ଧାଡିରେ । ବିହାରର ପାଟଣା ସାହିବରୁ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା । ସେ ଏହି ଆସନରୁ ସାଂସଦ ଥିବା ବେଳେ ଏଥର ତାଙ୍କୁ ବିଜେପି ଟିକେଟ ନମିଳିବା ଯୋଗୁଁ ସେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ଏବଂ ପାଟଣା ସାହିବରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଚନ୍ତି । ତାଙ୍କ ବିରୋଧରେ ବିଜେପି ଟିକେଟ ମିଳିଛି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ।

ପଂଜାବାର ଉପମୁଖ୍ୟମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ମଧ୍ୟ ପଂଜାବରୁ ଭୋଟ ଦେଇଛନ୍ତି । କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଥିବା ସିଦ୍ଧୁ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରି ବିଜେପି ଓ ଖାସ୍ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।

ଉତରପ୍ରଦେଶର ଗୋରଖପୁରରେ ଆଜି ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କନ୍ୟା ପାଠଶାଳାରେ ଥିବା ପୁଲିଂ ବୁଥରେ ପଂହଚି ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ତାଙ୍କ ସହିତ ଅନେକ ସାଧୁ ସନ୍ଥ ପଂହଚି ଭୋଟଦେଇଥିଲେ । ଗୋରଖପୁରରେ ଶେଷ ପର୍ଯ୍ୟାୟରେ ଭୋଟିଂ ହେଉଛି । ଗତଥର ଏଠାରେ ଉପନିର୍ବାଚନରେ ବିଜେପି ପରାସ୍ତ ହୋଇଥିଲା ।

ମତଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳ ନେତ୍ରୀ ହରସିମରତ କୌର ବାଦଲ । ଆଜି ହରସିମରତ୍ ଭୋଟରଙ୍କ ଧାଡିରେ ଆସି କିଛି ସମୟ ଅପେକ୍ଷା କରିଥିଲେ । ଏହାପରେ ପୋଲିଂ ଅଧିକାରୀଙ୍କୁ ନିଜର ପରିଚୟପତ୍ର ଦେଖାଇ ମତଦାନ କରିଥିଲେ । ଚଳିତ ନିର୍ବାଚନରେ ହରସିମରତ୍ କୌର ବାଦଲ +ପଂଜାବର ଭଟିଂଡା ଲୋକସଭା ଆସନରୁ ପ୍ରାର୍ଥୀ ଅଛନ୍ତି । ସେହିପରି ହମିରପୁରରେ ମତଦାନ କରିଛନ୍ତି ଅନୁରାଗ ଠାକୁର । ନିଜର ପରିବାର ସହ ଅନୁରାଗ ଆସିଥିଲେ ପୋଲିଂ ବୁଥକୁ । ସାଙ୍ଗରେ ଥିଲେ ତାଙ୍କର ବାପା । ଭୋଟରଙ୍କ ଧାଡିରେ ଆସି ଅନୁରାଗ ମତଦାନ କରିଥିଲେ ।

ସେହିଭଳି ସାଧାରଣ ଭୋଟରଙ୍କ ଭଳି ଧାଡିରେ ଅପେକ୍ଷା କରି ନିଜ ମତଦାନ ସାବ୍ୟସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ।ଏହା ପରେ ନିଜର ପରିଚୟ ପତ୍ର ଦେଖାଇ ମତଦାନ କରିଥିଲେ ଅନୁପ୍ରିୟା ପଟେଲ । ଚଳିତ ଥର ବିଜେପି ଟିକଟରେ ଅନୁପ୍ରିୟା ପଟେଲ ମିର୍ଜାପୁର ଆସନରୁ ନିର୍ବାଚନ ଲଢୁଛନ୍ତି । ସେହପରି ଉତରପ୍ରଦେଶର ଗାଜିପୁର ଆସନରେ ମତଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା । ସେପଟେ ମତଦାନ କରିଛନ୍ତି ସିରୋମଣି ଅକାଳି ଦଳ ନେତା ପ୍ରକାଶ ସିଂ ବାଦଲ ।

ପାଟନା ସାହିବ ଆସନରେ ମତଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ପାଟନାରେ ଭୋଟ୍ ଦେଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି । ପୋଲିଂ ବୁଥକୁ ଆସି ଭୋଟରଙ୍କ ଧାଡିରେ ଠିଆ ହୋଇ ସୁଶୀଲ ମୋଦି ମତଦାନ କରିଥିଲେ । ସେହିପରି ମତଦାନ କରିଛନ୍ତି ବାରଣାସୀର କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ । ଅଜୟ ରାୟ ସକାଳେ ପରିବାର ସହିତ ଆସି ମତଦାନ କରିଛନ୍ତି । ଚଳିତ ଥର ବାରଣାସୀରେ ତ୍ରିମୁଖୀ ଲଢେଇ ହେଉଛି । ପ୍ରଧାନମନ୍ତ୍ରୀ ମୋଦି ଓ ସମାଜବାଦୀ ପାର୍ଟିର ଶାଳିନୀ ଯାଦବଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ଅଜୟ ରାୟ ।