ବିଜେପିର ମୌନ ସତ୍ୟାଗ୍ରହ ! ଶାସକ ଦଳର ହିଂସାତ୍ମକ କାର୍ଯ୍ୟକୁ ବିରୋଧ କରି ଦଳର ବିକ୍ଷୋଭ

29

କନକ ବ୍ୟୁରୋ : ଆଜି ରାଜ୍ୟର ସମସ୍ତ ସାଂଗଠନିକ ମଣ୍ଡଳ, ଜିଲ୍ଲା ପରିଷଦ ଜୋନ, ମୁନିସିପାଲଟି ଓ ଏନଏସିରେ ମୌନ ସତ୍ୟାଗ୍ରହ କରିଛି ବିଜେପି । ଶାସକ ଦଳର ହିଂସାତ୍ମକ କାର୍ଯ୍ୟକୁ ବିରୋଧ କରି ଦଳ ଏହି ବିରୋଧ ପ୍ରଦର୍ଶନ କରିଛି । ଦିନ ୧୦ଟାରୁ ୧ଟା ଯାଏଁ ଏହି ସତ୍ୟାଗ୍ରହ କରିଥିଲା ବିଜେପି । ଶାସକ ଦଳ କଂଗ୍ରେସର ଆଶାବାଡି ଓ ପୋଲିସ ସହାୟତାରେ ହିଂସାତ୍ମକ ଆଚରଣ କରୁଥିବା ବିଜେପି ଅଭିଯୋଗ କରିଛି । ହିଂସାର ଜବାବ ଅହିଂସାରେ ଦିଆଯିବ ବୋଲି ବିଜେପି କହିଛି । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଉପରେ ଆକ୍ରମଣ, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜନୈତିକ ଭେଦଭାବ ରଖି ଅଭିଯୁକ୍ତକୁ ତଦନ୍ତ ପରିସରକୁ ନ ଆଣିବା ପ୍ରତିବାଦରେ ଏହି ସତ୍ୟାଗ୍ରହ କରାଯାଉଥିବା ବିଜେପି କହିଛି । ସେପଟେ ବିଜେପିର ଏହି ସତ୍ୟାଗ୍ରହକୁ ସମାଲୋଚନା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ୍ ।