ଏଥର ନିର୍ବାଚନ ପ୍ରଚାରର ମାଧ୍ୟମ ପାଲଟିବ ହ୍ୱାଟସଆପ୍ : ବିଜେପିର ୨୩ ହଜାରକୁ କଂଗ୍ରେସର ହଜାରେ, କ’ଣ ରହିଛି ସଂପୂର୍ଣ୍ଣ ଖବର ଜାଣନ୍ତୁ ।

55

ଛତିଶଗଡ଼ରେ ନିର୍ବାଚନୀ ବର୍ଷରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ । ସୋସିଆଲ ମିଡିଆର ବ୍ୟବହାର କରି ନେତାମାନେ ପରସ୍ପରକୁ କଟାକ୍ଷ କରୁଛନ୍ତି । ନିର୍ବାଚନୀ ବର୍ଷରେ ସୋସିଆଲ ମିଡିଆରେ ରାଜନୈତିକ ଦଳର ବଢୁଥିବା ସକ୍ରିୟତା ଦେଖି କେତେକ ରାଜନୈତିକ ପଣ୍ଡିତ ବି ଆଶ୍ଚର୍ଯ୍ୟ ଅଛନ୍ତି । ବର୍ତ୍ତମାନ ଛତିଶଗଡ଼ର ନେତା ଫେସବୁକ୍, ହ୍ୱାଟସଆପ୍, ଟ୍ୱିଟର ମାଧ୍ୟମରେ ନା କେବଳ ନିଜର ମତ ରଖୁଛନ୍ତି ବରଂ ବିରୋଧୀଙ୍କ ଉପରେ କଟାକ୍ଷ ବି କରୁଛନ୍ତି ।

ବିଜେପି ସୋସିଆଲ ନେଟୱର୍କିଙ୍ଗ ସାଇଟ୍ ଏବଂ ଆପ୍ କୁ ପ୍ରଚାର ପ୍ରସାରର ମୁଖ୍ୟ ମାଧ୍ୟମ ଭାବୁଛି ତ ଏପଟେ କଂଗ୍ରେସ ଏହାକୁ ବିଶ୍ୱାସଯୋଗ୍ୟ ମାନୁଛି । ଉଭୟ ଦଳ ଏହାକୁ ନିଜର ପ୍ରଚାରର ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆକୁ ଯିବା ଯଦି ବିଜେପି ପ୍ରଦେଶର ସମସ୍ତ ୨୩ ହଜାରରୁ ଅଧିକ ଭୋଟଦାନ କେନ୍ଦ୍ରରେ ହ୍ୱାଟସଆପ୍ ଗ୍ରୁପ୍ କରି ପ୍ରଚାର ଚଳାଇଛି । ଏହି ମାମଲାରେ କଂଗ୍ରେସ ମଧ୍ୟ ପଛରେ ନାହିଁ । ବିଧାନସଭାର ପାଖାପାଖି ୧୦୨୩ ହ୍ୱାଟସଆପ୍ ଗ୍ରୁପ୍ ଜରିଆରେ ପ୍ରଚାରରେ ଲାଗିଛି । ବିଜେପିର ଆଇଟି ସେଲ୍ ର ସଂଯୋଜକ ଦୀପକ ମହସକେଙ୍କ କହିବାନୁସାରେ, ସୋସିଆଲ ମିଡିଆ ଜରିଆରେ ନିଜର ଯୋଜନା ଓ ମତ ଜନତାଙ୍କ ପାଖରେ ପହଂଚାଇବା ବହୁତ ସହଜ । ଏହାକୁ ଆଖି ଆଗରେ ରଖି ବିଜେପି ରଣନୀତି ପ୍ରସ୍ତୁତ କରି କାମ କରୁଛି । କଂଗ୍ରେସ ପ୍ରବକ୍ତା ଆରପି ସିଂହ ମଧ୍ୟ ସୋଶିଆଲ ସାଇଟ୍ସକୁ ପ୍ରଚାର ପ୍ରସାରର ବିଶ୍ୱସନୀୟ ମାଧ୍ୟମ କହୁଛନ୍ତି ।

ସୋସିଆଲ ମିଡିଆରେ ବିଜେପି :

ହ୍ୱାଟସଆପ୍ ଗ୍ରୁପ୍ ସଂଖ୍ୟା : ୨୩୪୦୦

ଫେସବୁକ୍ ସମସ୍ତ ଆକାଉଣ୍ଟ ସଂଖ୍ୟା : ପାଖାପାଖି ୧୫୦

ୱେବସାଇଟ୍ : ୦୧

ଇନଷ୍ଟାଗ୍ରାମ : ବ୍ୟକ୍ତିଗତ

ଟ୍ୱିଟର ନିୟନ୍ତ୍ରଣ : ୦୧

ପର୍ଯ୍ୟାଲୋଚନା ପାଇଁ –ଜିଲ୍ଲା ଓ ପ୍ରଦେଶ ସ୍ତରରେ ଟିମ୍

ସୋସିଆଲ ମିଡିଆରେ କଂଗ୍ରେସ :

ହ୍ୱାଟସଆପ୍ ଗ୍ରୁପ୍ ସଂଖ୍ୟା : ୧୦୭୫

ଫେସବୁକ୍ ସମସ୍ତ ଆକାଉଣ୍ଟ ସଂଖ୍ୟା : ୯୫

ୱେବସାଇଟ୍ : ୦୧

ଇନଷ୍ଟାଗ୍ରାମ : ବ୍ୟକ୍ତିଗତ

ଟ୍ୱିଟର ନିୟନ୍ତ୍ରଣ : ୦୧

ପର୍ଯ୍ୟାଲୋଚନା ପାଇଁ –ବିଧାନସଭା ଓ ପ୍ରଦେଶ ସ୍ତରରେ ଟିମ୍

ନିର୍ବାଚନୀ ବର୍ଷରେ ରାଜନୈତିକ ଦଳ କିଭଳି ସୋସିଆଲ ସାଇଟ୍ସରେ ନିଜର ସକ୍ରିୟତା ବଢ଼ାଉଛନ୍ତି ଜାଣିବା ପାଇଁ ଏହି ଆକଳନ ଯଥେଷ୍ଟ । ଏହା ସହିତ ନେତାମାନେ ମଧ୍ୟ ଏହାର ଭଲ ବ୍ୟବହାର କରୁଛନ୍ତି । ସମସ୍ତ ଆକଳନ ଓ ପରିବେଶ ଏହା ସୂଚନା ଦେଉଛି ଯେ, ଛତିଶଗଡରେ ନିର୍ବାଚନୀ ଲଢ଼େଇ ଆରମ୍ଭ ହୋଇସାରିଛି ।