ଗଞ୍ଜାମରେ ପୁଣି ରାଜନୈତିକ ହତ୍ୟା ! କଟାମୁଣ୍ଡ ଧରି ହତ୍ୟାକାରୀର ଥାନାରେ ଆତ୍ମସମର୍ପଣ

31

କନକ ବ୍ୟୁରୋ : ପୁଣି ଗଞ୍ଜାମରେ ରାଜନୈତିକ ହତ୍ୟାକାଣ୍ଡ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଂଚଳ ଓଳମ୍ଭା ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଗାଁର ମୁଖିଆ ପାଣ୍ଡବ ନାଇକଙ୍କୁ ଦୃର୍ବୃତମାନେ ମୁଣ୍ଡକାଟି ହତ୍ୟାକରିଛନ୍ତି । ଭୋଟ ରାଜନୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ତେବେ ହତ୍ୟାକାଣ୍ଡ ପରେ ହତ୍ୟାକାରୀ କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି । ଏହି ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତକିଛି ଦିନ ପୂର୍ବେ ଗଞ୍ଜାମର ଛତ୍ରପୁରରେ ବିଜେଡି କାଉନସିଲରଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଯାଇଥିଲା ।ଧାରୁଆ ଛୁରୀରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଯାହା ସେତେବେଳେ ପୂରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏପର୍ଯ୍ୟନ୍ତ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବା ବେଳେ ପୁଣିଥରେ ଏଭଳି ଘଟଣା ଗଞ୍ଜାମରେ ଆତଙ୍କ ଖେଳାଇଦେଇଛି ।