ବିଜେଡି ସାଂସଦ ଝିନ୍ନ ହିକ୍କାଙ୍କ ମତୁଆଲା ଅନ୍ଦାଜ୍ : ଗୀତର ତାଳେ ତାଳେ ଲଗାଇଲେ ଠୁମକା

53

ରାୟଗଡା : ଝିନ୍ନ ହିକ୍କାଙ୍କ ମତୁଆଲା ଅନ୍ଦାଜ୍ । ନୃତ୍ୟଶିଳ୍ପୀଙ୍କ ସହ ଗୀତର ତାଳେ ତାଳେ ଠୁମକା ଲଗାଇଛନ୍ତି ଏହି କୋରାପୁଟ ସାଂସଦ । ଆଉ ତାଙ୍କ ସହ ପାଦରେ ପାଦ ମିଶାଇ ନାଚିଛନ୍ତି ସ୍ଥାନୀୟ ବିଧାୟକ ତ୍ରିନାଥ ଗମାଙ୍ଗ ଓ ଗୁଣପୁର ଉପଜିଲ୍ଲାପାଳ ବସନ୍ତ କୁମାର ସାହୁ । ଗୁଣୁପରରେ ଏକ ସାଂସ୍କୃତିକ କର୍ଯ୍ୟକ୍ରମର ଉଦଯାପନୀ ମହୋତ୍ସବରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦର୍ଶକ ମଧ୍ୟ ବିଜେଡି ସାଂସଦଙ୍କ ଏହି ମତୁଆଲା ଅନ୍ଦାଜକୁ ବେଶ୍ କିଛି ସମୟ ଧରି ଉପଭୋଗ କରିଥିଲେ । ତେବେ କେବଳ ଝିନ୍ନ ହିକ୍କା ନୁହଁନ୍ତି ଏହା ପୂର୍ବରୁ ତାରାପ୍ରସାଦ ବାହିନୀପତିଙ୍କ ମଧ୍ୟ ନିଜ ରଙ୍ଗୀଲା ଅନ୍ଦାଜରେ ଡ୍ୟାନ୍ସ କରି ଚର୍ଚ୍ଚାରେ ଥିଲେ  ।