ଗାଁରୁ ଆସିବ ନବୀନ, ଧର୍ମେନ୍ଦ୍ର ଓ ପ୍ରସାଦଙ୍କ ପାଇଁ ରାୟ : ୩୭ପ୍ରତିଶତ ଜୋନରେ ତ୍ରିମୁଖୀ ଲଢେଇକୁ ନେଇ ଚର୍ଚ୍ଚା

21

କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଂଗ୍ରେସ ମୁଖିଆ ପ୍ରସାଦ ହରିଚନ୍ଦନ ଓ ବିଜେପିର ଭାବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଗାଁ ଭୋଟରଙ୍କ ହଁ-ନାଁ ଏ ତିନି ରାଜନେତାଙ୍କ କ୍ୟାରିୟର ଗଢିବ । ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୩୫ ପ୍ରତିଶତ ଜିଲ୍ଲାପରିଷଦ ଆସନରେ ହେଉଛି ତ୍ରିମୁଖୀ ଲଢେଇ । ସାମ୍ନାସାମ୍ନି ହେଉଛନ୍ତି ବିଜେଡି-ବିଜେପି-କଂଗ୍ରେସ । ଆକଳନ କହୁଛି, ୩୭ ପ୍ରତିଶତ ଆସନରେ ଶାସକ ବିଜେଡିକୁ ଟକ୍କର ଦେଉଛି କଂଗ୍ରେସ । ଆଉ ୨୫ ପ୍ରତିଶତ ଆସନରେ କଂଗ୍ରେସକୁ ପଛରେ ପକାଇ ବିଜେଡିକୁ ସିଧାସଳଖ ଟକ୍କର ଦେଉଛି ବିଜେପି । ବଳକା ୩ ପ୍ରତିଶତ ଆସନରେ ଅନ୍ୟ ଛୋଟ ଦଳ କିମ୍ବା ସ୍ୱାଧୀନ ଓ ବିଦ୍ରୋହୀ ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କ ସହ କଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତେବେ ଭୋଟ ପୂର୍ବରୁ ବିଜେଡି ଆତ୍ମବିଶ୍ୱାସର ସହ କହିଛି ସାଧାରଣ ନିର୍ବାଚନ ଭଳି ପଂଚାୟତରେ ମଧ୍ୟ କ୍ଳିନ୍ ସୁଇପ୍ କରିବ ।

କେନ୍ଦ୍ରରେ ଦୁଇଦୁଇ ଜଣ ଓଡିଆଙ୍କୁ ମିଳିଛି ମନ୍ତ୍ରୀପଦ । ତେଣୁ ଧର୍ମେନ୍ଦ୍ର ଓ ଜୁଏଲଙ୍କ ପାଇଁ ଏ ନିର୍ବାଚନ ଖୁବ୍ ଗୁରୁତ୍ୱପୂର୍ଣ୍ । ଖାସ୍ କରି ଭାବି ମୁଖ୍ୟମନ୍ତ୍ରୀ ଭାବେ ଚର୍ଚ୍ଚାର ଘେରକୁ ଆସିଥିବା ଧର୍ମେନ୍ଦ୍ରଙ୍କ ପାଇଁ ପଂଚାୟତ ଭୋଟ ହେବ ଏସିଡ୍ ପରୀକ୍ଷା । ସେଇଥି ପାଇଁ ତ ଦୁଇ ଦୁଇ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗକୁ କେନ୍ଦ୍ରମନ୍ତ୍ରୀ ବି ଓଡିଆ ଆସି ପଂଚାୟତ ପ୍ରଚାର କରୁଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ବିଜେପିର ଆକଳନ ପୂର୍ବଥର ଅପେକ୍ଷା ଫଳ ୧୦ରୁ ୧୨ ଗୁଣା ହେବ ।

ସେପଟେ ମୁଖିଆ ପଦବୀରେ ରହିବା ଠାରୁ ଗୋଷ୍ଠୀ କନ୍ଦଳକୁ ସମାଧାନ କରି କରି ହାଲିଆ ହୋଇ ପଡିଛନ୍ତି ପ୍ରସାଦ । ଏଭଳି ସମୟରେ ଆସିଛି ପଂଚାୟ ଭୋଟ୍ । ଏକାଠି ହୋଇ ଲଢିବାକୁ ଅଂଟା ବି ଭିଡିଛନ୍ତି ନେତା । ତେବେ ଚର୍ଚ୍ଚା ଚାଲିଛି ଏ ନିର୍ବାଚନ କେବଳ କଂଗ୍ରେସ ନୁହେଁ ପ୍ରସାଦଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବ । ଏବେ ଅପେକ୍ଷା ଗାଁ ଲୋକଙ୍କ ରାୟକୁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –