ବୟସ୍କଙ୍କ ପାଇଁ ସାହାରା ବନିବ ପୁଲିସ ! ଥାନାକୁ ନଆସି ଫୋନ କରି ସମସ୍ୟା ଜଣାଇ ପାରିବେ ବୟଜ୍ୟେଷ୍ଠ

ବୟଜ୍ୟେଷ୍ଠଙ୍କୁ ହଇରାଣ କରୁଥିଲେ ସାବଧାନ୍ !

91

କନକ ବ୍ୟୁରୋ : କୋରାପୁଟ ଜିଲ୍ଳାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଖୁସି ଖବର । ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ପାଇଁ ଏବେ ଜୟପୁରରେ ଆରମ୍ଭ ହୋଇ ଯାଇଛି ବରିଷ୍ଠ ନାଗରିକ ପ୍ରକୋଷ୍ଠ । ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଛି କୋରପୁଟ ପୋଲିସ । ଅନେକ ସମୟରେ ବହୁ କାରଣରୁ ବରିଷ୍ଠ ନାଗରିକ ଅନେକ ଯନ୍ତ୍ରଣା ପାଉଥିଲେ ବି ଥାନାକୁ ଆସି ପାରୁନାହାନ୍ତି । ସେମାନଙ୍କୁ ସୁରକ୍ଷା ଦେବାକୁ ଜୟପୁର ପୁଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଏଭଳି ପ୍ରୟାସ ।

ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କୋରାପୁଟ ଜୟପୁରରେ ଆରମ୍ଭ ହୋଇଛି ବରିଷ୍ଠ ନାଗରିକ ପ୍ରକୋଷ୍ଠ । ଯଦି ବୟସ୍କ ଲୋକଙ୍କୁ କିଏ ହଇରାଣ କରୁଥାନ୍ତି ତେବେ ସେମାନଙ୍କୁ ଅଭିଯୋଗ ପାଇଁ ଆଉ ଥାନାକୁ ଯିବାକୁ ପଡିବନି । ଗୋଟିଏ ଫୋନ କଲରେ ଏବେ ଘରେ ପହଚିଂବ ପୁଲିସ । ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଛି କୋରାପୁଟ ପୁଲିସ ।

ବୟସ୍କ ହୋଇଗଲା ପରେ ଜଣେ ଲୋକ ସମସ୍ତଙ୍କ ପାଇଁ ପାଲଟିଯାଏ ଅଲୋଡା । ବିଭିନ୍ନ ସମୟରେ ତାଙ୍କୁ ବହୁ ସମସ୍ୟା ମଧ୍ୟ ଭୋଗିବାକୁ ପଡିଥାଏ । ବର୍ତମାନ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଏହି ପରିଚୟ ପତ୍ର ତାଙ୍କ ବଂଚିବାର ଆଶାକୁ ବଢାଇଦେଇଛି । ବିଳମ୍ବରେ ହେଉ ପଛେ ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । କିନ୍ତୁ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।