ପୋଲିସ ବନାମ ପବ୍ଲିକ୍: ଗଣେଷ ଭସାଣୀ ବେଳେ ପୋଲିସ ସହ ଯୁବକ ହାତାହାତି, ମହିଳା ଏସଆଇଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିବା ଅଭିଯୋଗ

28

କନକ ବ୍ୟୁରୋ: ଗୋପରେ ପୋଲିସ ବନାମ ପବ୍ଲିକ । ଗୋପ ଥାନା ଇଲାକା ସେନାପତି ସାହି ଗଣେଶ ମୂର୍ତି ବିସର୍ଜନ ବେଳେ କିଛି ଯୁବକ ମହିଳା ଏସଆଇଙ୍କୁ ଠେଲାପେଲା କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ଗଣେଶ ବିସର୍ଜନ ବେଳେ ରାସ୍ତାରେ ଯାଉଥିବା ଟ୍ରକକୁ ଯୁବକମାନେ ଛାଡିନଥିଲେ । ଏହି ସମୟରେ ପୋଲିସ ପାଟ୍ରୋଲିଂ ଜିପ ନେଇ ମହିଳା ଏସଆଇ ସ୍ୱର୍ଣ୍ଣପ୍ରଭା ଜେନା ସେଠାରେ ପହଂଚିଥିଲେ ।

ଏଠାରେ ଯୁବକମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା ଓ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାରେ ପୋଲିସ ଅଭିଯୁକ୍ତ ବୁବୁକୁ ଗିରଫ କରିଛି । ପୋଲିସ ଏକ ମାମଲା ରୁଜୁ କରି ଅନ୍ୟମାନଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି ।