ମହିଳା ପୋଲିସଙ୍କ ମୁତ୍ୟୁ ପରେ ବିହାରରେ ହୋଇଥିବା ହିଂସାରେ ୧୭୫ ପୋଲିସ ବହିଷ୍କୃତ

ମହିଳା ଟ୍ରେନିଂ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ବିବାଦ ବଢିବାରେ ଲାଗିଥିଲା

171

କନକ ବ୍ୟୁରୋ : ବିହାର ରାଜଧାନୀ ପାଟଣାରେ ଜଣେ ମହିଳା ଟ୍ରେନିଂ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ବିବାଦ ବଢିବାରେ ଲାଗିଥିଲା । ମିଳିଥିବା ସୂଚନା ଅନୁସାରେ, ଗତ ଶୁକ୍ରବାର ଏହି ଘଟଣାରେ ହିଂସା କାଣ୍ଡ ମଧ୍ୟ ହୋଇଥିଲା । ତେବେ ଏହି ଘଟଣାରେ ନ୍ୟୁ ପୋଲିସ ଲାଇନରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଏହି ଘଟଣା ପରେ ୧୬୭ ଟ୍ରେନି ପୋଲିସଙ୍କ ସମେତ ୮ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରାଯିବା ସହିତ ୨୦ରୁ ଉଦ୍ଧ୍ୱର୍ ପୋଲିସଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।

 

ତେବେ ସେହି ଘଟଣାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଯେଉଁମାନେ ବହିଷ୍କାର ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ମହିଳା ଥିବା ମଧ୍ୟ ସୂଚନା ମିଳିଛି । ଏହାସହ କେତେକ ପୋଲିସଙ୍କୁ ଚିହ୍ନଟ କରିବା ସହ ପାଟନା ଜୋନରୁ ସ୍ଥାନାନ୍ତରଣ କରିବା ପାଇଁ ମଧ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ଘଟଣା ସାମନାକୁ ଆସିବା ପରେ ମୋଟ ୪ ରୁ ଅଧିକ ଏଫଆଇଆର ଋୁଜୁ ହୋଇଥିବା ଜଣାପଡିଛି । ମହିଳା ପୋଲିସ ଅଧିକାରୀଙ୍କୁ ଛୁଟି ନମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।