କଳାହାଣ୍ଡିରେ ନାବାଳିକାକୁ ଜିଅନ୍ତା ଜାଳିଦେବା ମାମଲା : ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ୍

28

କନକ ବ୍ୟୁରୋ: କଳାହାଣ୍ଡିରେ ନାବାଳିକାଙ୍କୁ ଜୀଅନ୍ତା ପୋଡି ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ୍ । ମାମଲାର ଦୁଇ ଅଭିଯୁକ୍ତ ପୀଡିତା ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ସାନା ସାହୁ ଓ ବୁଲୁ ଦାସଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କଳାହାଣ୍ଡି ଏଡିଜେ କୋର୍ଟ । ସେପଟେ ମୃତ୍ୟୁ ସହ ସଂଘର୍ଷରେ ହାରି ଯାଇଛନ୍ତି ପୀଡିତା । ରାଉରକେଲା ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୪ଟା ସମୟରେ ନାବାଳିକାର ମୃତ୍ୟୁ ଘଟିଛି ।

ଗତ ବୁଧବାର ଦିନ ସମ୍ପର୍କୀୟ ମାମୁ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଜୀଅନ୍ତା ପୋଡି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । କଳାହାଣ୍ଡିର ରାମଚନ୍ଦ୍ରପୁର ପଂଚାୟତର ମଧୁପୁର ଗାଁରେ ଘଟିଥିଲା ଏହି ଅଘଟଣ । ତପସ୍ୱୀନୀଙ୍କର ଶରୀର ୮୦ପ୍ରତିଶତ ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରୁ ବୁର୍ଲା ବଡ ମେଡିକାଲ ଓ ତାପରେ ରାଉରକେଲା ଆଇଜିଏଚର ବର୍ଣ୍ଣିଂ ୱାଡରେ ଚିକିତ୍ସା କରାଯାଉଥିଲା । ଆଉ ଝିଅର ମୃତ୍ୟୁ ପରେ ଦୋଷୀଙ୍କୁ ଫାଶି ଦିଆଯାଉ ବୋଲି କହିଛନ୍ତି ନାବାଳିକାର ବାପା ।