ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପୁଲିସ ! ମୁଖ୍ୟ ସଚିବଙ୍କୁ ମାଡମରା ଘଟଣାରେ ଯାଂଚ କରିବ ସିସିଟିଭି

26

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପୋଲିସ । ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ମାଡ ଘଟଣାରେ ଛାନଭିନ କରିବାକୁ ପୋଲିସ ପହଂଚିଛି । ସେଠାରେ ଲାଗିଥିବା ସିସିଟିଭିକୁ ଯାଂଚ କରିବା ଲାଗି ପୋଲିସ ପହଂଚିଥିବା କୁହାଯାଉଛି । ତେବେ ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ଜଣେ ମୁଖ୍ୟମନ୍ତ୍ରୀଙ୍କ ଘରେ ଯାଂଚ କରିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ପୋଲିସ ମଧ୍ୟ ସେଦିନର ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରା ଉଚରା କରିପାରେ । କେଜ୍ରିୱାଲଙ୍କ ବାସଭବନରେ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ ମାରିଥିଲେ ଆପ ବିଧାୟକ । କେଜ୍ରିୱାଲଙ୍କ ଉପସ୍ଥିିତିରେ ଏଭଳି ମାଡପିଟ ହୋଇଥିଲା । ମାମଲାରେ ଆପର ଦୁଇ ବିଧାୟକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।