ପୋଲିସ୍ ପୋଷାକରେ ଦାଗ ! ୧୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରି ଜେଲ୍ ଗଲେ ପୋଲିସ୍ ବାବୁ ।

18

ମଧ୍ୟପ୍ରଦେଶ ରିବା ଜିଲ୍ଲାର ମଉଗଂଜ ଥାନାରେ କାର୍ଯ୍ୟରତ ଥିବା ମହେନ୍ଦ୍ର ମିଶ୍ରା ନାମକ ଜଣେ ପୋଲିସ୍ କର୍ମଚାରୀ ଜଣେ ୧୫ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୪୫ ବର୍ଷୀୟ ଅଭିଯୁକ୍ତ ନାବାଳିକାକୁ କିଛି ମାସ ଧରି ଘରେ ହିଁ ଦୁଷ୍କର୍ମ କରିଆସୁଥିଲା । ଦୁଷ୍କର୍ମ କରିବା ସମୟରେ ଅଭିଯୁକ୍ତ ପୋଲିସ୍ ଅଫିସର ପୀଡିତାର ମା’ବାପାଙ୍କୁ ଏକ କୋଠରୀରେ ବନ୍ଦ କରି ରଖୁଥିଲା ।

ତେବେ ନାବାଳିକାକୁ ନିଜ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ପ୍ରଥମେ ଏକ ଲଜରେ ପୀଡିତାକୁ ଦୁଷ୍କର୍ମ କରିଥିଲା । ତେବେ ନବମ ଶ୍ରେଣୀରେ ପଢୁଥିବା ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଆରୋପରେ ଅଭିଯୁକ୍ତକୁ ମଧ୍ୟପ୍ରଦେଶ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।